AK ରାଜ୍ୟସଭାରେ ସଞ୍ଜୟ ସିଂହ ଆପ୍ର ସଂସଦୀୟ ଦଳ ନେତା ଭାବେ କାମ କରୁଥିବା ବେଳେ ଏପ୍ରିଲ ୨ରେ ପଞ୍ଜାବର ରାଜ୍ୟସଭା ସାଂସଦ ଅଶୋକ କୁମାର ମିତ୍ତଲଙ୍କୁ ଚଡ୍ଡାଙ୍କ ସ୍ଥାନରେ ଉପ ନେତା କରାଯାଇଥିଲା। ରାଜ୍ୟସଭାରେ ଆପ୍ ସାଂସଦ ରାଘବ ଚଡ୍ଡା ନିଜ ଦଳର ନେତୃବୃନ୍ଦଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟସଭାରେ ଦଳର ପ୍ରମୁଖ ନେତାଙ୍କ ଅନୁପସ୍ଥିତିକୁ ସେ ସମାଲୋଚନା କରିଛନ୍ତି। ଆପର ରାଜ୍ୟସଭା ନେତା କିମ୍ବା ନୂଆ କରି ଉପ ନେତା ହୋଇଥିବା ସାଂସଦ ଉପସ୍ଥିତ ନଥିବାରୁ ରାଘବ ଏହାକୁ ନାପସନ୍ଦ କରିଛନ୍ତି

ସେ କହିଛନ୍ତି, “ମୁଁ ଯେଉଁ ଦଳର ସେହି ଦଳର ନେତା ଗୃହରେ ଉପସ୍ଥିତ ନାହାନ୍ତି। ମୁଁ ଯେଉଁ ଦଳର ସେହି ଦଳର ନବ ନିଯୁକ୍ତ ଉପ ନେତା ମଧ୍ୟ ଏଠାରେ ନାହାନ୍ତି। ମୁଁ ନିକଟରେ ବରଖାସ୍ତ ହୋଇଥିବା ଉପ ନେତା। ମୁଁ କିନ୍ତୁ ଗୃହରେ ଉପସ୍ଥିତ ରହିଛି। ମୋତେ କହିବାର ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।” ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ପୁଣି ନିର୍ବାଚିତ ହୋଇଥିବା ହରିବଂଶ ନରାୟଣ ସିଂହଙ୍କୁ ରାଘବ ଆଗି ଶୁଭେଚ୍ଛା ଜଣାଇଛନ୍ତି। ଏହି ସମୟରେ ହିଁ ସେ ନିଜ ଦଳ ଆପକୁ ଟାର୍ଗେଟ କରିଛନ୍ତି।
ନିକଟରେ ରାଘବଙ୍କୁ ଆପ ରାଜ୍ୟସଭାର ଉପ ନେତା ପଦରୁ ହଟାଇ ଦେଇଥିଲା। ଏଥିସହ ଗୃହରେ ଆପ୍ ପକ୍ଷରୁ ତାଙ୍କୁ କହିବା ପାଇଁ ମିଳୁ ଥିବା ସମୟକୁ ମଧ୍ୟ ହ୍ରାସ କରିବାକୁ ଦଳ କହିଥିଲା । ଏଥିରୁ ଆପ୍ ଓ ରାଘବଙ୍କ ମଧ୍ୟରେ ସବୁ କିଛି ଠିକ ନଥିବା ସ୍ପଷ୍ଟ ହୋଇଥିଲା।ରାଜ୍ୟସଭାରେ ସଞ୍ଜୟ ସିଂହ ଆପ୍ର ସଂସଦୀୟ ଦଳ ନେତା ଭାବେ କାମ କରୁଥିବା ବେଳେ ଏପ୍ରିଲ ୨ରେ ପଞ୍ଜାବର ରାଜ୍ୟସଭା ସାଂସଦ ଅଶୋକ କୁମାର ମିତ୍ତଲଙ୍କୁ ଚଡ୍ଡାଙ୍କ ସ୍ଥାନରେ ଉପ ନେତା କରାଯାଇଥିଲା।
ଦଳ ପ୍ରାରମ୍ଭିକ ପର୍ଯ୍ୟାୟରେ ଏପରି ପରବର୍ତ୍ତନକୁ ସାଂଗଠନିକ ଅଦଳବଦଳର ନାଁ ଦେଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ରାଘବ ବନାମ ଆପ୍ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା । ଆପ୍ ଅଭିଯୋଗ କରିଛି ଯେ ରାଘବ ଚଡ୍ଡା ଶାସକ ଦଳ ସହ ବୁଝାମଣା କରିଛନ୍ତି ଓ ଦଳ ନିର୍ଦ୍ଦେଶରେ କାମ କରୁଛନ୍ତି। କିନ୍ତୁ ଏହାକୁ ରାଘବ ଦୃଢ଼ ଭାବେ ଖଣ୍ଡନ କରି ଆପକୁ ସମାଲୋଚନା କରିଛନ୍ତି। ଖାଲି ସେତିକି ନୁହେଁ, ରାଜ୍ୟସଭାର ଉପ ନେତା ପଦରୁ ହଟିବା ପରେ ପଞ୍ଜାବର ଆପ୍ ସରକାର ପକ୍ଷରୁ ରାଘବଙ୍କୁ ମିଳୁଥିବା ଜେଡ ପ୍ଲସ ସୁରକ୍ଷାକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଥିଲା। କିନ୍ତୁ କେନ୍ଦ୍ର ତାଙ୍କୁ ଜେଡ ସ୍ତରୀୟ ସୁରକ୍ଷା ଯୋଗାଇ ଦେଇଛି।






