ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କୋଷା ଚାଷ ସମ୍ପୂର୍ଣ୍ଣ ନଷ୍ଟ, ଚାଷୀ ଚିନ୍ତାରେ ପରିବାର ପ୍ରତିପୋଷଣ ନେଇ ମାନସିକ ସନ୍ତୁଳନ ଠିକ୍ ନାହିଁ,ସହାୟତା ଏକମାତ୍ର ସାହାରା ,କୋଷା ଚାଷ ଏକ ଲାଭ ଦାୟକ ଚାଷ ଭାବି ଚାଷୀମାନେ ଦୀର୍ଘ ୩୦ ବର୍ଷ ହେବ ଚାଷ କରି ଆସୁଥିଲେ। ୩୧ ବର୍ଷ ରେ ଚାଷୀଙ୍କ ଏହି କୋଷା ଚାଷ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି।
ନୂଆପଡା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ଆଗ୍ରେନ୍ ଗ୍ରାମପଞ୍ଚାୟତ ର ଉଲଭା ଗ୍ରାମରେ ୬ ଜଣ ଚାଷୀ ୬୦ ଏକର ଚାଷ କରିଥାନ୍ତି। ଆଗ୍ରେନ୍ ଠାରେ ଥିବା କୋଷା ଚାଷ ସମବାୟ ସମିତି ଦ୍ୱାରା ଅଣ୍ଡା ଆଣି ଚାଷ କରିଥାନ୍ତି। ଅର୍ଜୁନ ଗଛର ପତ୍ର ଉପରେ କୋଷା ପୋକ ବସି ତାଙ୍କ ବଂଶ ବିସ୍ତାର କରିବା ସହ କୋଷା ପ୍ରସ୍ତୁତ କରିଥାନ୍ତି। ଟସର ଚାଷ ପାଇଁ ପ୍ରଶାସନ ପକ୍ଷ ରୁ ସହାୟତା ହୋଇଥାଏ।

ଚଳିତ ବର୍ଷ ସମସ୍ତ କୋଷା ଚାଷ ପାଇଁ ୬ ଜଣ ଚାଷୀ ଅଣ୍ଡା ଆଣି ଅଣ୍ଡା ରେ ପ୍ରତ୍ୟେକ ଚାଷୀ ତିନି ଏକର ଚାଷ କରିଥିଲେ। ତିନି ଏକର ରେ କୋଷା ପୋକ ନିଜ ବଂଶ ବିସ୍ତାର କରି କୋଷା ପ୍ରସ୍ତୁତ କରିବା ଆରମ୍ଭ ହୋଇଥିଲା। କିନ୍ତି କୋଷା ପ୍ରସ୍ତୁତ ରେ ବିଫଳ ହୋଇ କୌଣସି ରୋଗ ରେ ଆକ୍ରାନ୍ତ କାରଣ ରୁ ମୃତ୍ୟୁ ହୋଇଅଛି। ସମ୍ପୂର୍ଣ୍ଣ ଟସର ବା କୋଷା ଚାଷ ନଷ୍ଟ ହୋଇଅଛି।
ଜଣ ପିଛା ଚାଷୀଙ୍କ ଏକ ଲକ୍ଷ ଟଙ୍କା ନଷ୍ଟ ହୋଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ପୋକ ମାନେ କୋଷା ପ୍ରସ୍ତୁତ ବଦଲ ରେ ମରି ଡାଲ୍ ପତ୍ର ରେ ଲଟକି ଯାଉଥିବା ଦେଖାଯାଉଛନ୍ତି। ଉଲଭା ଗ୍ରାମରେ ୬ ଜଣ ଚାଷୀ କୋଷା ଚାଷ କରିବାକୁ ଆଗେଇ ଆସିଥିଲେ। ଛତର ସାଏ ମାଝୀ ,ନିଜ ଚାଷ ଉଜାଡ଼ି ଦେଇଥିବା ବେଳେ ଏକ ଲକ୍ଷ ଟଙ୍କା ନଷ୍ଟ ହୋଇଅଛି।
ସେହିପରି ଡମ୍ବରୁ ମାଝୀ, ମଣିରାମ ମାଝୀ, ଗଙ୍ଗାରାମ ମାଝୀ, ପୁଷ୍ପା ମାଝୀ, ସମସ୍ତେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଅଛି। ଏହି କୋଷା ଚାଷ ରେ ନଷ୍ଟ ହୋଇ ମାନସିକ ସନ୍ତୁଳନ ହରାଇ ଥିବା ବେଳେ ଆର୍ଥିକ ସହାୟତା ଏକମାତ୍ର ବାଟ ତାଙ୍କୁ ଉଦ୍ଧାର କରି ପରିବାର ପ୍ରତିପୋଷଣ କରିବାକୁ ସହାୟତା ଦାବୀ କରିଛନ୍ତି।






