AK ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି।

ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି। ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୬୦ ଆସନରେ ଆଗୁଆ ଥିବାବେଳେ ଟିଏମସିକୁ ବଡ଼ ଝଟ୍କା ଲାଗିଛି। ଶାସକ ଦଳ ୧୧୭ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୧ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟ ବିଧାନସଭାରେ ସରକାର ଗଠନ ପାଇଁ ୧୪୮ ଆସନର କୁହୁକ ସଂଖ୍ୟା ରହିଥିବାବେଳେ ବିଜେପି ପ୍ରାରମ୍ଭିକ ଗଣତିରେ ଏହାକୁ ଅତିକ୍ରମ କରିଥିବା ଦେଖାଯାଉଛି।






