AK ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର। ଶେଷ ଦିନରେ ସବୁ ଦଳର ହେଭିୱେଟ ନେତା ମଇଦାନରେ ରାଲି, ରୋଡ ସୋ, ପ୍ରଚାର ସମାବେଶ, କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିବେ । ସନ୍ଧ୍ୟା ପରେ ଥମିଯିବ ନିର୍ବାଚନ ପ୍ରଚାର । ପ୍ରଚାର। ଶେଷ ଦିନରେ ସବୁ ଦଳର ହେଭିୱେଟ ନେତା ମଇଦାନରେ ରାଲି, ରୋଡ ସୋ, ପ୍ରଚାର ସମାବେଶ, କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିବେ । ସନ୍ଧ୍ୟା ପରେ ଥମିଯିବ ନିର୍ବାଚନ ପ୍ରଚାର । ଶେଷ ମୁହୂର୍ତରେ ଭୋଟରଙ୍କ ମନ ବଦଳାଇଦେବାକୁ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ସମସ୍ତେ ଚେଷ୍ଟା କରିବେ । ଆସନ୍ତା ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୪୨ ଆସନରେ ପଡ଼ିବ ଭୋଟ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଲିବାଡ଼ି ସ୍ଥିତ ମହାକାଳି ମନ୍ଦିରରେ ପୂଜାର୍ଚ୍ଚନା ପରେ ରୋଡ ସୋ କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ମାଗିଥିଲେ । ମହାକାଳି ମନ୍ଦିରରେ ପୂଜାର୍ଚ୍ଚନା କରି ମୋଦୀ ବଙ୍ଗାଳି ସଂସ୍କୃତି ଓ ଆସ୍ଥା ସହ ଯୋଡ଼ି ହୋଇ ଭୋଟରଙ୍କ ଆସ୍ଥା ଜିଣିବାକୁ ପ୍ରୟାସ କରିଛନ୍ତି ।ମନ୍ଦିରରୁ ବାହାରି ଯେମିତି ନରେନ୍ଦ୍ର ମୋଦୀଙ୍କ ରାଲି ଆରମ୍ଭ ହେଲା ରାସ୍ତାର ଦୁଇପଟେ ଶହ ଶହ ଲୋକଙ୍କ ଭିଡ଼ ଓ ଜୟଶ୍ରୀରାମ ନାରାରେ ଅଞ୍ଚଳ ମୁଖରିତ ହୋଇଥିଲା । ଛାତ ଉପରୁ ମହିଳା, ବୃଦ୍ଧବୃଦ୍ଧା ମୋଦୀଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ ।

ଉତ୍ତର କୋଲକାତାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଭୋଟ ସିନ୍ଧି କରିବାକୁ ବିଜେପି ଯୋଜନା ଚଳାଇଛି । ସେପଟେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଭବାନୀପୁରରେ ପ୍ରଚାର ସମାବେଶ କରି ପ୍ରଚାର କରିଛନ୍ତି । ଯଦି ଟିଏମସିକୁ ଦୁଇ ତୃତୀୟାଂଶ ଆସନ ନମିଳେ, ତେବେ ବିଜେପି ଟିଏମସି ବିଧାୟକଙ୍କୁ କିଣି ସରକାର ଗଠନ କରିବାକୁ ପ୍ରସ୍ତୁତ ହୋଇ ଅପେକ୍ଷା କରିଛି । ଯଦି ସୁଶାସନ ଚାହୁଁଛ ତେବେ ଟିଏମସିକୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଅପିଲ କରିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୯୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଏବେ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।






