AK ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଂଗକୁ ଗୁଳୁଗୁଳି, ରୋଗକୁ ଡାକି ଆଣୁଛି । ଜଣେ କର୍ମଜୀବୀ ମଣିଷକୁ ଦିନକୁ ବାରମ୍ବାର ଝାଳରେ ଗାଧେଇବାକୁ ପଡୁଛି । ଥରେ ଦେହ ଓଦା ହେଲେ ଶୁଖୁନି । ଖରାରୁ ଆସି ଶୋଷ ମେଣ୍ଟାଇବାକୁ ପାଣି ପିଇଦେଲେ କଥା ସରିଲା । ଦିନକୁ ଉତ୍ତପ୍ତ ରାଜ୍ୟ ପାଲଟୁଛି ଓଡ଼ିଶା । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି, ହେଲେ ୬୦ ଡିଗ୍ରୀ ଭଳି ଅନୁଭବ ହେଉଛି । ପଙ୍ଖା ବନ୍ଦ ହେବା କ୍ଷଣି ଦେହ ଝାଳରେ ଓଦା ହେଇ ଯାଉଛି । ଖରା, ଗରମର ପ୍ରଭାବରେ ଲୋକେ ଥଣ୍ଡା, ଜ୍ୱରରେ ଘାଣ୍ଟି ହେଉଛନ୍ତି ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଂଗକୁ ଗୁଳୁଗୁଳି, ରୋଗକୁ ଡାକି ଆଣୁଛି । ଜଣେ କର୍ମଜୀବୀ ମଣିଷକୁ ଦିନକୁ ବାରମ୍ବାର ଝାଳରେ ଗାଧେଇବାକୁ ପଡୁଛି । ଥରେ ଦେହ ଓଦା ହେଲେ ଶୁଖୁନି । ଖରାରୁ ଆସି ଶୋଷ ମେଣ୍ଟାଇବାକୁ ପାଣି ପିଇଦେଲେ କଥା ସରିଲା । ଗରମରୁ ଟିକେ ଶାନ୍ତି ପାଇଁ ଏସି କିମ୍ବା କୁଲର ଆଗରେ ବସିଗଲେ ବର୍ଷାଦିନ ଭଳି ଥଣ୍ଡା, ଜ୍ୱର ମାଡ଼ି ବସୁଛି । ଥରେ ଜ୍ୱର ହେଲେ ଛାଡୁନି । ମୁଣ୍ଡବିନ୍ଧା, ତଣ୍ଟି ଦରଜ, କାଶ ଅସ୍ତବ୍ୟସ୍ତ କରୁଛି । ଦୁର୍ବଳ କରି ଦେଉଛି । ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଚିକିତ୍ସା ପାଇଁ ହସ୍ପିଟାଲରେ ଏହି ରୋଗୀଙ୍କ ଧାଡ଼ି ଲମ୍ବୁଛି ।
କୋଭିଡ ସମୟରେ ଲୋକେ ଯେଉଁଭଳି ସ୍ବାଦ ବାରିପାରୁନଥିଲେ, ଏବେ ସେହିଭଳି ଅଚାନକ ଅନେକ ଲୋକ ସ୍ବାଦ ଜାଣି ପାରୁନାହାନ୍ତି । ଜ୍ୱର ଥାଉ ବା ନଥାଉ, ତଣ୍ଟି ଦରଜ ହେବା ସହ ପାଟିରେ ଘା ହୋଇଯାଉଛି । ତେବେ ଋତୁ ପରିବର୍ତ୍ତନ ଯୋଗୁଁ ଏହା ହେଉଛି ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ନିରଜ ମିଶ୍ର । ମୁକାବିଲ ପାଇଁ ପରାମର୍ଶ ଦେଇ କହିଛନ୍ତି, ୨ରୁ ୫ ଦିନ ପର୍ଯ୍ୟନ୍ତ ଜ୍ୱର ଲାଗି ରହିପାରେ । ତଣ୍ଟି ଦରଜ ଓ କାଶ ଅଧିକ ଦିନ ଲାଗି ରହିପାରେ । ବ୍ୟସ୍ତ ହୁଅନ୍ତୁ ନାହିଁ । ପାଣିପାଗର ମିଜାଜ ବଦଳିବା ସହ ବାରମ୍ବାର ଏହା ଦେଖିବାକୁ ମିଳୁଛି । ବିଶେଷ କରି ବିଶ୍ବ ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ, ଏଭଳି ହେଉଛି ବୋଲି କହିଛନ୍ତି ପରିବେଶବିତ୍ । ଯାହାକି ଜୀବଜୀଗତ ପାଇଁ ବିପଦ ବୋଲି ଆଶଙ୍କା କରିଛନ୍ତି । ବର୍ଷକ ୧୨ମାସରୁ ୬ମାସରୁ ଅଧିକ ସମୟ ଗରମ ଅନୁଭୂତ ହେଉଛି । ବର୍ଷାର ଠିକ୍ ଠିକଣା ନାହଁ । କେତେବେଳେ ପ୍ରବଳ ବର୍ଷୁଛି ତ ଆଉ କେତେବେଳେ ସ୍ବାଭାବିକ ଠାରୁ କମ୍ । ଶୀତ ବି ପୂର୍ବଭଳି ଆଉ ହେଉନି । ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁଛି ।






