ବୁଗୁଡ଼ା ( ଆଶିଷ କୁମାର ଖାଡ଼ଙ୍ଗା ) : ପିପୁଲ୍ସ କଲେଜ୍ର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ
ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭଗବାନ ଶତପଥୀ ସଭାପତିତ୍ୱ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ। ମଞ୍ଚାସୀନ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଶ୍ରୀ ଲୋକନାଥ ବେହେରା ଓ ଅଧ୍ୟାପକ ଶ୍ରୀ ପବିତ୍ର ଖଣ୍ଡୁଆଳ ଉପସ୍ଥିତ ଥିଲେ।

ପରବର୍ତ୍ତୀ ସମୟରେ ତୃତୀୟ, ଦ୍ୱିତୀୟ ଓ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ କ୍ରମାନୁସାରେ ଶିଶୁ ଦିବସର ମହତ୍ତ୍ୱ ଏବଂ ପଣ୍ଡିତ ନେହେରୁଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ନିଜ ନିଜର ମତାମତ ଓ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଏହାପରେ ବିଭାଗୀୟ ଅଧ୍ୟାପକ ଗଣ ଓ ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ଶିଶୁ ଦିବସ ପାଳନର ମହତ୍ତ୍ୱ, ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷାର ଭୂମିକା ଏବଂ ଭାରତୀୟ ରାଜନୀତି ଓ ଦେଶ ଗଠନରେ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ତୃତୀୟ ବର୍ଷର ପାଠଚକ୍ର ସମ୍ପାଦକ ଆଶିଷ କୁମାର ଖାଡ଼ଙ୍ଗା ଉପସ୍ଥିତ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର .।






