AK ଅସହ୍ୟ ଗୁଳୁଗୁଳି ସାଂଗକୁ ମଝି ରାସ୍ତାରେ ଟ୍ରାଫିକ୍ ଯନ୍ତ୍ରଣା। ଜାମ୍ ଟୁଇନ୍ ସିଟିର ମୁଖ୍ୟ ରାସ୍ତା । କାଲି ଅପରାହ୍ନ ୩ରୁ ରାତି ୧୧ଟା.. ପୁଣି ଆଜି ଦିନ ୯ଟାରୁ ଗୋଟାଏ । ଭୁବନେଶ୍ବରରୁ କଟକ ପର୍ୟ୍ୟନ୍ତ ରାସ୍ତାରେ ଲାଗୁଛି ଗାଡିର ଲମ୍ବା ଧାଡ଼ି । ଅସମ୍ଭାଳ ଭିଡରେ ଅଣନିଶ୍ବାସୀ ପଥଚାରୀ। ଜାମ୍ରେ ଘଣ୍ଟା ଘଣ୍ଟା ଧରି ଫସୁଛନ୍ତି । ମାତ୍ର କେଇ କିଲୋମିଟର ରାସ୍ତା ପାର ହେବାକୁ ବୁଦ୍ଧିବାଟ ପାଉ ନାହାନ୍ତି । କିଏ ଟ୍ରେନରେ ଯିବାକୁ ଆସି ହିନସ୍ତା ହେଉଛନ୍ତି ତ ଆଉ କିଏ ବିମାନରେ ଯିବାକୁ ଘରୁ ବାହାରି ଫସି ଯାଇଛନ୍ତି । ଟୁଇନ୍ ସିଟିରେ କଲବଲ କରୁଛି ଟ୍ରାଫିକ୍ ବ୍ୟବସ୍ଥା । ଜାମ୍ ଯୋଗୁଁ ରାସ୍ତାରେ ଘଣ୍ଟା ଘଣ୍ଟା ଫସି ରହୁଛନ୍ତି ହଜାର ହଜାର ଲୋକ। ଗନ୍ତବ୍ୟ ସ୍ଥଳରେ ପହଁଚିବା ମୁସ୍କିଲ ହୋଇ ପଡୁଛି। ଆମ୍ବୁଲାନ୍ସ ବି ଫସି ରହୁଛି। ଦିନକୁ ଦିନ ସୀମା ଟପୁଛି ଟ୍ରାଫିକ୍ ଯନ୍ତ୍ରଣା । କିନ୍ତୁ ପ୍ରରିବହନ ବିଭାଗ ଏଥିପ୍ରତି ଯେମିତି ଆଖି ବୁଜି ଦେଇଛି । କମିଶନରେଟ୍ ପୁଲିସ ବି ହାତ ଟେକି ଦେଇଛି । ଏହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।

ଅସହ୍ୟ ଗୁଳୁଗୁଳି ସାଂଗକୁ ମଝି ରାସ୍ତାରେ ଟ୍ରାଫିକ୍ ଯନ୍ତ୍ରଣା। ଜାମ୍ ଟୁଇନ୍ ସିଟିର ମୁଖ୍ୟ ରାସ୍ତା । କାଲି ଅପରାହ୍ନ ୩ରୁ ରାତି ୧୧ଟା.. ପୁଣି ଆଜି ଦିନ ୯ଟାରୁ ଗୋଟାଏ । ଭୁବନେଶ୍ବରରୁ କଟକ ପର୍ୟ୍ୟନ୍ତ ରାସ୍ତାରେ ଲାଗୁଛି ଗାଡିର ଲମ୍ବା ଧାଡ଼ି । ଅସମ୍ଭାଳ ଭିଡରେ ଅଣନିଶ୍ବାସୀ ପଥଚାରୀ । ଜାମ୍ରେ ଘଣ୍ଟା ଘଣ୍ଟା ଧରି ଫସୁଛନ୍ତି । ମାତ୍ର କେଇ କିଲୋମିଟର ରାସ୍ତା ପାର ହେବାକୁ ବୁଦ୍ଧିବାଟ ପାଉ ନାହାନ୍ତି । କିଏ ଟ୍ରେନରେ ଯିବାକୁ ଆସି ହିନସ୍ତା ହେଉଛନ୍ତି ତ ଆଉ କିଏ ବିମାନରେ ଯିବାକୁ ଘରୁ ବାହାରି ଫସି ଯାଇଛନ୍ତି। ଟ୍ରାଫିକ୍ ଜାମ୍ ଯୋଗୁଁ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ଅତି ଜରୁରୀକାମରେ ଯାଉଥିବା ଲୋକ ରାସ୍ତା ମଝିରେ କଲବଲ ହେଉଛନ୍ତି । ଭିଡ଼ ଭିତରେ ଆମ୍ବୁଲାନ୍ସ ବି ଘଣ୍ଟା ଘଣ୍ଟା ଧରି ଫସି ରହିଛି। ହେଲେ କେହି ଇଞ୍ଚଟିଏ ବି ଘୁଞ୍ଚିବାକୁ ବାୟ ନାହିଁ ।
ପଳାଶୁଣୀରୁ ରସୁଲଗଡ଼, ରସୁଲଗଡ଼ରୁ ବାଣୀବିହାର, ବାଣୀବିହାରରୁ ଆଚାର୍ୟ୍ୟ ବିହାର, ହଂସପାଳରୁ ନଖରା । ଏହି ରାସ୍ତାରେ ପ୍ରତିଦିନ ଟ୍ରାଫିକ୍ ଜାମ୍ ହେଉଛି। ଲୋକେ ହନ୍ତସନ୍ତ ହେଉଛନ୍ତି । ପରିବହନ କର୍ମଚାରୀ ଓ କମିଶନରେଟ୍ ପୁଲିସ୍ କର୍ମଚାରୀ ଦେଖୁଛନ୍ତି । ହେଲେ, କାହାର ଚିନ୍ତା ନାହିଁ। ଟ୍ରାଫିକ୍ ସମସ୍ୟା କେମିତି ଦୂର ହେବ ପରିବହନ ବିଭାଗ କୌଣସି ପଦକ୍ଷେପ ନେଉନି। କମିଶନରେଟ୍ ପୁଲିସ୍ ବି ହାତ ଟେକି ଦେଉଛି । ପରିବହନ ବିଭାଗ ଜରିମାନା ଆଦାୟ ପାଇଁ ଯେତିକି ତତ୍ପର ହେଉଛି, ଟ୍ରାଫିକ୍ ସମସ୍ୟା ଦୂର ପାଇଁ ତାର କାଣିଚାଏ ବି ପଦକ୍ଷେପ ନେଉନି । ଅଣଓସାରିଆ ପୋଲ ଓ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଟ୍ରାଫିକ୍ ଜାମ୍ର ମୁଖ୍ୟ କାରଣ ହୋଇଥିଲେ ବି ସରକାର ବିକଳ୍ପ ବ୍ୟବସ୍ଥା କରୁନାହାନ୍ତି । ଜୟଦେବ ବିହାର-ପଟିଆ ରାସ୍ତା, ଆଚାର୍ୟ୍ୟ ବିହାରରୁ ଏଜି ଛକ, ରସୁଲଗଡ଼-କଳ୍ପନା, ଶିଖରଚଣ୍ଡିରୁ ମ୍ୟାଗନେଟିକ୍ ଛକ, ଜନପଥର ଅବସ୍ଥା ସମାନ। ଅନ୍ୟପଟେ ଲେନ୍ ଡ୍ରାଇଭିଂ, ଭାରିଯାନ କଟକଣା, ଆମ୍ୱୁଲାନ୍ସ କରିଡର୍ ଆଦି ଫାଇଲ୍ରେ ବନ୍ଧା ପଡ଼ିଛି । ଏବେ ପ୍ରଶ୍ନ ଉଠୁଛି, ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ରୋଡମ୍ୟାପ୍ କ’ଣ ? ଦୁର୍ଘଟଣା ଘଟିଲେ ତୁରନ୍ତ ଗାଡ଼ି ହଟାଇବାକୁ ହାଇୱେ ପାଟ୍ରୋଲିଂ କାହିଁକି ସଜାଗ ନଥିଲା ?ଜନତାଙ୍କ ସମୟ ଓ ଯନ୍ତ୍ରଣାର ମୂଲ୍ୟ ବୁଝିବ କିଏ ?






