AK ପୋଲିସ ଭୟରେ ଚାଲିଗଲା ଜୀବନ। ଢେଙ୍କାନାଳ ଜିଲ୍ଲା ନିମିଧା ଗାଁର ବାଲିରତ୍ନପୁର ସାହିରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୨୧ ବର୍ଷୀୟ ଯୁବକ ଘର ଭିତରେ ଆତ୍ମହତ୍ୟା କରିଦେଇଛନ୍ତି ।

ପୋଲିସ ଭୟରେ ଚାଲିଗଲା ଜୀବନ। ଢେଙ୍କାନାଳ ଜିଲ୍ଲା ନିମିଧା ଗାଁର ବାଲିରତ୍ନପୁର ସାହିରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୨୧ ବର୍ଷୀୟ ଯୁବକ ବେଣୁପାଣି ସାହୁ ଘର ଭିତରେ ରସି ଦେଇ ଆତ୍ମହତ୍ୟା କରିଦେଇଛନ୍ତି । ଅଳ୍ପ ଦିନ ପୁର୍ବରୁ ବେଣୁ ଅନୁଗୋଳ ସଦର ଥାନା ଅନ୍ତର୍ଗତ ସମାକୋଇ ଗାଁ ର ଜଣେ ନାବାଳିକା କୁ ପ୍ରେମ ବିବାହ କରି ନେଇଥିଲେ । ବେଣୁ ଉକ୍ତ ନାବାଳିକାକୁ ନେଇ ଚେନ୍ନାଇ ରେ ଥିଲା । ଝିଅଙ୍କ ପରିବାର ପକ୍ଷରୁ ଅନୁଗୋଳ ସଦର ଥାନା ରେ ଅଭିଯୋଗ ଆଧାରରେ ବେଣୁର ବାପା ମା ଓ ୨ ସମ୍ପର୍କୀୟଙ୍କୁ ପୋଲିସ ୩ ଧରି ଅଟକ ରଖିଛି । ଗତ କାଲି ରାତିରେ ବେଣୁ ମୁମ୍ବାଇ ରୁ ଫେରିଲା ପରେ ବାପା ଗୋତମ୍ ସାହୁ ଓ ମାଆ ଙ୍କୁ ପୋଲିସ ନେଇଯାଇଥିବା ଫଳରେ ଆଜି ସକାଳୁ ବେଣୁ ଘର ଭିତରେ ରସି ଲଗାଇ ଆତ୍ମ ହତ୍ୟା କରିଦେଇଛି । ତା ନାବାଳିକା ପତ୍ନୀ ନିଜ ବାପାମାଆ ଙ୍କ ଯୋଗୁଁ ବେଣୁର ଜୀବନ ଗଲା ବୋଲି କହୁଛି । ପୋଲିସର ଭୟ ଏତେ ମାତ୍ରା ରେ ବେଣୁକୁ ଘାରିଥିଲା ଫଳରେ ସେ ଦଉଡ଼ି ଦେଇ ଜୀଵନ ହାରିଲା । ପୋଲିସ ବେଣୁ ର ବାପା ମା ସମ୍ପର୍କୀୟଙ୍କୁ ବିନା ଦୋଷ ରେ ଥାନା ରେ ଅଟକ ରଖିବା ଘଟଣା କୁ ନେଇ ଗ୍ରାମ ରେ ଏକ ପ୍ରକାର ଅଶାନ୍ତ ପରିବେଶ ଥିବା ବେଳେ ବେଣୁ ର ଆତ୍ମହତ୍ୟା ଏବେ ନିଆଁ ରେ ଘିଅ ଢଳିଲା ସଦୃଶ୍ୟ ।






