AK ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ। ଗଜପତି ଜିଲ୍ଲାରେ ସର୍ବାଧିକ ୯୯ ଦଶମିକ ୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୯୪ ଦଶମିକ ୩୫ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏ-୧ରେ ୨୪୫୩ ଜଣ, ଏ-୨ରେ ୧୫ ହଜାର ୬୮୧ ଜଣ, ବି-୧ରେ ୪୩ ହଜାର ୫୬୫ ଜଣ ଓ ବି-୨ରେ ୮୬ ହଜାର ୧୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩ ହଜାର ୩୧୦ଟି ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି ।

ବହୁ ପ୍ରତୀକ୍ଷାର ଅନ୍ତ ହୋଇଛି। ପ୍ରକାଶ ପାଇଛି ଦଶମ ଶ୍ରେଣୀ ଫଳ। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କର ହାତରେ ପହଞ୍ଚିଛି ମାଟ୍ରିକ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୫. ୩୩ ପ୍ରତିଶତ ରହିଛି। ଗଜପତି ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୩ ହଜାର ୩୧୦ ସ୍କୁଲରେ ହୋଇଛି ଶତ ପ୍ରତିଶତ ରେଜଲ୍ଟ। ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ସାର୍ଟିଫିକେଟ୍ ପାଇବେ ଛାତ୍ରଛାତ୍ରୀ । ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ। ଗଜପତି ଜିଲ୍ଲାରେ ସର୍ବାଧିକ ୯୯ ଦଶମିକ ୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୯୪ ଦଶମିକ ୩୫ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏ-୧ରେ ୨୪୫୩ ଜଣ, ଏ-୨ରେ ୧୫ ହଜାର ୬୮୧ ଜଣ, ବି-୧ରେ ୪୩ ହଜାର ୫୬୫ ଜଣ ଓ ବି-୨ରେ ୮୬ ହଜାର ୧୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩ ହଜାର ୩୧୦ଟି ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ସେହିପରି ରାଜ୍ୟର ୩ଟି ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି। ହେଲେ ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ୨ ଲକ୍ଷ ୬୩ ହଜାର ୧୫୨ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୫୬ ହଜାର ୯୯ ଜଣ ଛାତ୍ର ପାସ୍ ହୋଇଛନ୍ତି। ଆଉ ଫେଲ୍ ହୋଇଛନ୍ତି ୧୭ ହଜାର ୫୫ ଜଣ ଛାତ୍ରଛାତ୍ରୀ। ଚଳିତ ଥର ପ୍ରଥମ ଥର ଓଡ଼ିଆ ଭାଷାରେ ସାର୍ଟିଫିକେଟ୍ ମିଳିବ।

ଏ-୧ ଗ୍ରେଡ୍ରେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ପାସ୍ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୩୦୪ ଓ କଟକରେ ୨୮୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ରେଜଲ୍ଟ ବାହାରିବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବେସ୍ ଉତ୍ସାହ। ସ୍କୁଲକୁ ଯାଇ ନିଜ ନିଜର ମାର୍କ ଦେଖିଛନ୍ତି। ଆଉ ମିଠା ଖୁଆଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ଜୁଲାଇ ମାସ ପ୍ରଥମ ସପ୍ତାହରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏଥିପାଇଁ ମେ’ ୮ ତାରିଖରୁ ୧୮ ତାରିଖ ପର୍ୟ୍ୟନ୍ତ ଫର୍ମ ପୂରଣ କରାଯିବ। ଅଗଷ୍ଟ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇବ।






