AK ଜଗତସିଂପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ପଞ୍ଚାୟତରାଜ ଦିବସ ପାଳନ ଅବସର ରେ ପ୍ରଫେସର ରମାକାନ୍ତ ଭୋଇ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ସାଧାରଣ ଲୋକଙ୍କ ମନରେ ଏକ ଉତ୍ସାହ ଖେଳି ଯାଇଥିଲା
ଯାହା ଫଳରେ ରଘୁନାଥପୁର ବଜାର ରେ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲ

ରଘୁନାଥପୁର ଥାନା ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଵତ୍ରନ୍ତ ବ୍ୟବସ୍ଥା କରାଯାଇଥିଲା
ଅନ୍ୟପକ୍ଷେ ଶୁଣିବାକୁ ମିଳୁଛି ଯେ କିଛି ଅସାମାଜିକ ବ୍ୟକ୍ତି ଜାଣି ଶୁଣି ବିଧାୟକ ଙ୍କୁ ବିରୋଧ କରି ବାକୁ ଚେଷ୍ଟା କରି ବିଫଳ ହୋଇ ପଡ଼ିଥିଲେ
ମାତ୍ର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତି କୁ ନିୟନ୍ତ୍ରଣ ରେ ଆଣିବାକୁ ଚେଷ୍ଟା କରିଥିଲେ
ବ୍ଲକ୍ ପରିସର ରେ ଉତ୍ସବ ପାଳନ କରିବା ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା
ପଞ୍ଚାୟତ ରାଜ ଦିବସ ରେ ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
ଅସହାୟ ଲୋକଙ୍କୁ ସାହାଯ୍ୟ ପ୍ରଦାନ କରାଯାଇଥିଲା
ଶ୍ରୀ ବିଧାୟକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଖୁସି ବ୍ୟକ୍ତ କରିଛନ୍ତି






