ଏ.କେ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ନୂତନ ଭାବେ ନିଯୁକ୍ତ ରାଜ୍ୟ ସମ୍ପାଦକ ନାରାୟଣ ଲୁହା ଓ ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ଚନ୍ଦ୍ରକାନ୍ତି ଦନ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି ।

ଏହି ଅବସରରେ ବିଜେଡି କର୍ମୀ ଓ ସମର୍ଥକମାନେ ଏକ ରାଲିର ଆୟୋଜନ କରିଥିଲେ । ରାଲି ସମୟରେ “ନବୀନ ପଟ୍ଟନାୟକ ଜୈ ହୋ” ଏବଂ “ନାରାୟଣ ଲୁହା ଜୈ ହୋ” ଭଳି ସ୍ଲୋଗାନରେ ସମଗ୍ର ପରିବେଶ ମୁଖରିତ ହୋଇଥିଲା ।
କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା କିଶୋର ହୋତା ସହ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇ ନୂତନ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।






