ସୁବର୍ଣ୍ଣପୁର(ଏ.କେ. ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ଜନ ଆକ୍ରୋଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଲ୍ୟାଣ ମଣ୍ଡପରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ବ୍ଲକ ଅଫିସ ଛକ ଓ ମୁଖ୍ୟ ଛକ ଦେଇ ପରିକ୍ରମା କରି ପୁଣି କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲା ।
ଶୋଭାଯାତ୍ରାରେ ବହୁ ସଂଖ୍ୟକ ମହିଳା କର୍ମୀ ଓ ସମର୍ଥକ ଯୋଗଦେଇ ରାଜ୍ୟରେ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ଓ ଅସୁରକ୍ଷାକୁ ନେଇ ତୀବ୍ର ପ୍ରତିବାଦ କରିଥିଲେ । ଏହାସହ କଂଗ୍ରେସ ଓ ବିଜେଡିକୁ ମହିଳା ବିରୋଧୀ ଦଳ ଭାବେ ଅଭିହିତ କରି ଜୋରଦାର ନାରାବାଜି କରାଯାଇଥିଲା ।“ଭାରତ ମାତା କି ଜଏ”, “ମହିଳା ବିରୋଧୀ ବିଜେଡି ହାଏ ହାଏ” ଭଳି ସ୍ଲୋଗାନରେ ସମଗ୍ର ପରିବେଶ କମ୍ପି ଉଠିଥିଲା । ଶୋଭାଯାତ୍ରା ସମୟରେ ବିଜେପି ମହିଳା ମୋର୍ଚ୍ଚାର ନେତୃବୃନ୍ଦ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପ୍ରତି ସରକାର ଗୁରୁତ୍ୱ ଦେବାକୁ ଦାବି କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଦଳୀୟ କର୍ମୀ ଓ ମହିଳାମାନଙ୍କ ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଥିଲା । ଏଥିର ଏମ ପି ନୋମିନି ନଳିନୀ ପଣ୍ଡା, ବେଣୁଧର ଦାସ ପ୍ରଭୃତି ବିଜେପି କର୍ମୀ ମଧ୍ୟ ଉପସ୍ଥିତ ଥିଲେ ।
ବୀରମହାରାଜପୁର ବ୍ଲକ ରୁ ଯୁଧିଷ୍ଠିର ଖମାରୀ ଙ୍କ ରିପୋର୍ଟ ଆପଣଙ୍କ ଖବର






