କଣ୍ଟାମାଳ, (ଏ.କେ. ବ୍ୟୁରୋ):
କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗ୍ରାମ ପଞ୍ଚାୟତ ଭାଲିଆପଦର ଗ୍ରାମର ଝିଅ ଶ୍ରୀୟା ସାହୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ 93.5% ନମ୍ବର ରଖି କଣ୍ଟାମାଳ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ବୌଦ୍ଧ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଲାଭ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଶ୍ରିୟl ମନମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ। ତାଙ୍କର ଏହି ସଫଳତା ପାଇଁ ଆଜି କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ତାଙ୍କ ଗ୍ରାମରେ ପହଞ୍ଚି ତାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ବିଧାୟକ ଶ୍ରୀ ଡାଙ୍ଗ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ, ” ଶ୍ରୀୟଙ୍କା ପରି ଝିଅମାନେ ଆମ ଅଞ୍ଚଳର ଗୌରବ। ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବାକୁ ଚାହୁଁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସରକାର ସବୁ ପ୍ରକାର ସହଯୋଗ କରିବ।”
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଶ୍ରୀୟଙ୍କା ସଫଳତାରେ ପୁରା ଗ୍ରାମରେ ଖୁସିର ଲହରି ଖେଳିଯାଇଛି।
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର l






