AK ଅନନ୍ତ କେତେ ଘଣ୍ଟା ପ୍ରିୟ ତାହା ତ ସମସ୍ତେ ଜାଣନ୍ତି । କିନ୍ତୁ ତାଙ୍କ ସ୍ପେଶାଲ୍ କଲେକ୍ସନରେ ରହିଛି ‘ଶିବ ୱାଚ୍’ । ବିଶ୍ୱପ୍ରସିଦ୍ଧ ବ୍ରାଣ୍ଡ ‘Jacob & Co.’ ପକ୍ଷରୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଏହି ଘଣ୍ଟାର ନାଁ ହେଉଛି ‘Opera Godfather Baguette Shiva’। ଯାହା ଏବେ ଅନନ୍ତଙ୍କ ହାତରେ ଶୋଭା ପାଉଛି । ଦେଶର ସବୁଠାରୁ ଧନୀ,ପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାର କେତେ ଈଶ୍ବର ବିଶ୍ବାସୀ ଏହା ତ ଆପଣ ଅନେକ ସମୟରେ ଦେଖିଥିବେ । ଆଇପିଏଲ୍ ମ୍ୟାଚ୍ ଭିତରେ ଅମ୍ବାନୀ ପରିବାରର ମାଲିକାଣୀ ନିତା ଅମ୍ବାନୀ କେତେବେଳେ ପ୍ରାର୍ଥନା କରିବାର ନଜର ଆସନ୍ତି ତ ଆଉ କେତେବେଳେ ଏହି ପରିବାର ଭବ୍ୟ ପୂଜାର ଆୟୋଜନ କରିଥିବାର ମଧ୍ୟ ଦେଖାଯାଆନ୍ତି ।

ଘରର ସାନପୁଅ ଅନନ୍ତ ଅମ୍ବାନୀଙ୍କ କଥା ଯଦି କହିବା ତେବେ ଦେବାଧିଦେବ ମହାଦେବଙ୍କ ପ୍ରତି ତାଙ୍କର ପ୍ରଗାଢ଼ ବିଶ୍ବାସ ରହିଛି । ଯାହାର ଏକ ଉଦାହରଣ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଅନନ୍ତ କେତେ ଘଣ୍ଟା ପ୍ରିୟ ତାହା ତ ସମସ୍ତେ ଜାଣନ୍ତି । କିନ୍ତୁ ତାଙ୍କ ସ୍ପେଶାଲ୍ କଲେକ୍ସନରେ ରହିଛି ‘ଶିବ ୱାଚ୍’ । ବିଶ୍ୱପ୍ରସିଦ୍ଧ ବ୍ରାଣ୍ଡ ‘Jacob & Co.’ ପକ୍ଷରୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଏହି ଘଣ୍ଟାର ନାଁ ହେଉଛି ‘Opera Godfather Baguette Shiva’। ଯାହା ଏବେ ଅନନ୍ତଙ୍କ ହାତରେ ଶୋଭା ପାଉଛି । ଏହି ସ୍ପେଶାଲ୍ ହାତ ଘଣ୍ଟାର ଖାସ୍ କଥା ହେଉଛି ଏଥିରେ ଭଗବାନ ଶିବଙ୍କର ଗୋଟିଏ ଛୋଟ ମୂର୍ତ୍ତି ସ୍ଥାନ ପାଇଛି । ଏହାଛଡ଼ା ରୋଜଗୋଲ୍ଡର ଓଁ ଏବଂ ତ୍ରିଶୂଳ ମଧ୍ୟ ସ୍ବଷ୍ଟ ଭାବରେ ସୁନାରେ ଦେଖାଯାଉଛି । ରିପୋର୍ଟ ଅନୁଯାୟୀ, ଏହି ସ୍ପେଶାଲ୍ ଏଡିସନ୍ ଘଣ୍ଟାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା । ଯାହାକୁ ୧୮ କ୍ୟାରେଟ୍ ରୋଜ୍ ଗୋଲ୍ଡରେ ତିଆରି କରାଯାଇଛି ଏବଂ ଏଥିରେ ଶହ ଶହ ଦାମୀ ହୀରା ମଧ୍ୟ ଖଞ୍ଜା ଯାଇଛି । ତା’ଛଡ଼ା ଏଥିରେ ୬୫୮ଟି ସୂକ୍ଷ୍ମ ଯନ୍ତ୍ରାଂଶ ଲାଗିଛି ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ଏଥିରୁ ଅତି ମଧୁର ଗୀତ ମଧ୍ୟ ବାଜୁଛି । ତେବେ ଅନନ୍ତ ଅମ୍ବାନୀ କେବଳ ଦାମୀ ଜିନିଷ ପିନ୍ଧନ୍ତି ତାହା ନୁହେଁ ସେ ଭଗବାନ ବିଶ୍ବାସୀ ସହିତ ଦାନ,ଧର୍ମରେ ମଧ୍ୟ ବିଶ୍ବାସ ରଖନ୍ତି । ନିଜ ଜନ୍ମଦିନ ପୂର୍ବରୁ ସେ ପତ୍ନୀ ରାଧିକାଙ୍କ ସହ କୃଷ୍ଣ କାଳୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଗରିବଙ୍କୁ ଦାନ କରିଥିଲେ । ଏପରିକି ଜାମନଗରରୁ ଦ୍ୱାରକାଧୀଶ ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ୧୪୦ କିଲୋମିଟର ପଦଯାତ୍ରା ସେ କରିସାରିଛନ୍ତି । ରିପୋର୍ଟ କହୁଛି ଯେ ଅନନ୍ତଙ୍କ ପାଖରେ ପ୍ରାୟ ୨୦୦ କୋଟି ଟଙ୍କାର ଘଣ୍ଟା କଲେକ୍ସନ ରହିଛି କିନ୍ତୁ ଭଗବାନ ଶିବଙ୍କ ଆଶୀର୍ବାଦ ସ୍ୱରୂପ ଏହି ‘ଶିବ ୱାଚ୍’ ତାଙ୍କ ହୃଦୟର ସବୁଠାରୁ ନିକଟତର ।






