AK ମେରୀଲ୍ୟାଣ୍ଡଠାରେ ଆୟୋଜିତ ”ସିଲେକ୍ଟ ୟୁଏସଏ ଇନଭେଷ୍ଟମେଣ୍ଟ ସମିଟ୍” ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ, ଗତ କିଛି ମାସ ଧରି ଦୁଇ ଦେଶ ମଧ୍ୟରେ ନିରନ୍ତର ଆଲୋଚନା ଜାରି ରହିଛି ଏବଂ ବର୍ତ୍ତମାନ ଏହି ଚୁକ୍ତିକୁ ଆନୁଷ୍ଠାନିକ ଭାବେ ସମ୍ପନ୍ନ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଗକୁ ବଢ଼ିବା ଆବଶ୍ୟକ ହୋଇପଡ଼ିଛି । ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବୃହତ୍ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଉଭୟ ଦେଶ ଏହି ଚୁକ୍ତି ସ୍ୱାକ୍ଷର କରିବା ପାଇଁ “ଅତି ନିକଟତର” ହୋଇସାରିଛନ୍ତି ଏବଂ କେବଳ ଏକ “ଶେଷ ପ୍ରତିବନ୍ଧକ” ଅତିକ୍ରମ କରିବାକୁ ବାକି ରହିଛି ବୋଲି ଆମେରିକାର ଉପ-ବୈଦେଶିକ ସଚିବ କ୍ରିଷ୍ଟୋଫର ଲାଣ୍ଡାଉ ପ୍ରକାଶ କରିଛନ୍ତି ।

ବୁଧବାର ମେରୀଲ୍ୟାଣ୍ଡଠାରେ ଆୟୋଜିତ ”ସିଲେକ୍ଟ ୟୁଏସଏ ଇନଭେଷ୍ଟମେଣ୍ଟ ସମିଟ୍” ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ, ଗତ କିଛି ମାସ ଧରି ଦୁଇ ଦେଶ ମଧ୍ୟରେ ନିରନ୍ତର ଆଲୋଚନା ଜାରି ରହିଛି ଏବଂ ବର୍ତ୍ତମାନ ଏହି ଚୁକ୍ତିକୁ ଆନୁଷ୍ଠାନିକ ଭାବେ ସମ୍ପନ୍ନ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଗକୁ ବଢ଼ିବା ଆବଶ୍ୟକ ହୋଇପଡ଼ିଛି । ବିଶ୍ୱ ଦରବାରରେ ଭାରତର ବୃଦ୍ଧି ପାଉଥିବା ସାମର୍ଥ୍ୟ ଓ ଜନସଂଖ୍ୟାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଭାରତରେ ଏକ ବଡ଼ ଧରଣର ଅର୍ଥନୈତିକ ବିକାଶ ଘଟିବ ବୋଲି ଆମେରିକା ଆଶା ପ୍ରକଟ କରିଛି । ଏହି ବାଣିଜ୍ୟ ଚୁକ୍ତି ଅଧୀନରେ ୨୦୩୦ ସୁଦ୍ଧା ଉଭୟ ଦେଶ ମଧ୍ୟରେ ପ୍ରାୟ ୫୦୦ ବିଲିୟନ ଆମେରିକୀୟ ଡଲାରର ବାଣିଜ୍ୟିକ କାରବାର ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବ ନିର୍ଦ୍ଧାରିତ ରୂପରେଖ ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରୁ ଟାରିଫକୁ ୫୦ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବାକୁ ସହମତି ପ୍ରକାଶ କରିଥିଲା । ତେବେ ଗତ ଫେବୃଆରୀ ୨୦ ତାରିଖରେ ଆମେରିକା ସୁପ୍ରିମକୋର୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ନୀତି ବିରୋଧରେ ରୁଲିଂ ଜାରି କରିବା ପରେ ଏବେ ଏହି ଚୁକ୍ତିରେ କିଛିଟା ପରିବର୍ତ୍ତନର ଆବଶ୍ୟକତା ଦେଖାଦେଇଛି । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ, ନୂତନ ଶୁଳ୍କ ବ୍ୟବସ୍ଥା ମଧ୍ୟରେ ନିଜର ଆର୍ଥିକ ସ୍ୱାର୍ଥ ରକ୍ଷା କରିବା ପାଇଁ ଭାରତ ବର୍ତ୍ତମାନ ଏହି ଚୁକ୍ତିନାମାର ପୁନଃ ସମୀକ୍ଷା ଏବଂ ନୂତନ ରୂପରେଖ ପ୍ରସ୍ତୁତ କରୁଛି । ଗତ ମାସରେ ଭାରତୀୟ ପ୍ରତିନିଧି ଦଳ ଆମେରିକା ଗସ୍ତ କରି ଏହି ସଂଶୋଧନ ସମ୍ପର୍କରେ ଆଲୋଚନା କରିସାରିଥିବାରୁ, ଖୁବ୍ଶୀଘ୍ର ଏହି ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ବାଣିଜ୍ୟିକ ବିଶେଷଜ୍ଞମାନେ ଆଶା ପ୍ରାକାଶ କରିଛନ୍ତି ।






