AK ରାହୁଲ ଗାନ୍ଧୀ ବିଜେପି ଉପରକୁ ଏକ ବଡ଼ ଧରଣର ଶବ୍ଦବାଣ ମାରିଛନ୍ତି । ନିଜର ସୋସିଆଲ ମିଡିଆ ପୋଷ୍ଟରେ ବିଜେପି ଉପରେ ‘ଭୋଟ୍ ଚୋରି’ର ସଙ୍ଗିନ୍ ଅଭିଯୋଗ ଆଣିବା ସହ ଶାସକ ଦଳକୁ କାଠଗଡ଼ାକୁ ଟାଣିଛନ୍ତି ରାହୁଲ । ସେ ପୋଷ୍ଟରେ ଲେଖିଛନ୍ତି ଯେ ଭୋଟ୍ ଚୋରି କରି କେତେବେଳେ ସିଟ୍ ହଡ଼ପ କରାଯାଉଛି ତ କେତେବେଳେ ପୂରା ସରକାରକୁ ହିଁ ଗିଳି ଦିଆଯାଉଛି । ଦେଶର ରାଜନୀତି ଏବେ ପୂରା ସରଗରମ ! ବଙ୍ଗଳାରେ ବିପୁଳ ଭୋଟରେ ଜିତି ଟିଏମସିକୁ ହରାଇଛି ବିଜେପି । ଦିଦିଙ୍କ ଗଡ଼ରେ ଫୁଟିଛି ପଦ୍ମ ।

ଏହାକୁ ନେଇ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ରାହୁଲ ଗାନ୍ଧୀ ବିଜେପି ଉପରକୁ ଏକ ବଡ଼ ଧରଣର ଶବ୍ଦବାଣ ମାରିଛନ୍ତି । ନିଜର ସୋସିଆଲ ମିଡିଆ ପୋଷ୍ଟରେ ବିଜେପି ଉପରେ ‘ଭୋଟ୍ ଚୋରି’ର ସଙ୍ଗିନ୍ ଅଭିଯୋଗ ଆଣିବା ସହ ଶାସକ ଦଳକୁ କାଠଗଡ଼ାକୁ ଟାଣିଛନ୍ତି ରାହୁଲ । ସେ ପୋଷ୍ଟରେ ଲେଖିଛନ୍ତି ଯେ ଭୋଟ୍ ଚୋରି କରି କେତେବେଳେ ସିଟ୍ ହଡ଼ପ କରାଯାଉଛି ତ କେତେବେଳେ ପୂରା ସରକାରକୁ ହିଁ ଗିଳି ଦିଆଯାଉଛି । ରାହୁଲ କିଛି ପରିସଂଖ୍ୟାନର ଉଦାହରଣ ଦେଇ ଦାବି କରିଛନ୍ତି ଯେ ଲୋକସଭାରେ ବିଜେପିର ଯେଉଁ ୨୪୦ ସାଂସଦ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତି ୬ ଜଣରେ ଜଣେ ସାଂସଦ କେବଳ ଭୋଟ୍ ଚୋରି କରି ହିଁ ଜିତିଛନ୍ତି । ଏହି ସାଂସଦମାନଙ୍କୁ ଚିହ୍ନଟ କରିବା କଷ୍ଟକର ନୁହେଁ । ଏହା ସହିତ ସେ ପ୍ରଶ୍ନ ମଧ୍ୟ କରିଛନ୍ତି ଯେ ” କଣ ଏମାନଙ୍କୁ ବିଜେପି ଭାଷାରେ ‘ଅନୁପ୍ରବେଶକାରୀ’ କୁହାଯିବ ?” ଖାଲି ସାଂସଦ ନୁହନ୍ତି, ହରିୟାଣାରେ ତ ସମ୍ପୂର୍ଣ୍ଣ ବିଜେପି ସରକାର ହିଁ ‘ଅନୁପ୍ରବେଶକାରୀ’ ବୋଲି କହିଛନ୍ତି ରାହୁଲ ।






