AK ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରେ ୭ ୱିକେଟ୍ ହରାଇ ୧୫୭ ରନ୍ କରିଥିଲା । ଦଳ ପକ୍ଷରୁ ଅଧିନାୟିକ ହରମନପ୍ରିତ୍ କୌର ୪୭, ଜେମିମା ରୋଡ୍ରିଗ୍ସ ୩୬ ଓ ଶେଫାଳି ବର୍ମା ୩୪ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ମହିଳା ପ୍ରଥମରୁ ପରାଜୟର ସ୍ୱାଦ ଚାଖିଛି । ଡର୍ବାନରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟ୍ୱେଣ୍ଟି-୨୦ରେ ଭାରତକୁ ୬ ୱିକେଟ୍ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରେ ୭ ୱିକେଟ୍ ହରାଇ ୧୫୭ ରନ୍ କରିଥିଲା । ଦଳ ପକ୍ଷରୁ ଅଧିନାୟିକ ହରମନପ୍ରିତ୍ କୌର ୪୭, ଜେମିମା ରୋଡ୍ରିଗ୍ସ ୩୬ ଓ ଶେଫାଳି ବର୍ମା ୩୪ ରନ୍ କରିଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟାବୋଙ୍ଗା ଖାକା ୩ଟି ଓ ତୁମି ସେଖୁଖୁନେ ୨ଟି ୱିକେଟ୍ ନେଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ଲୌରା ଉଲଭାର୍ଟଙ୍କ ଅର୍ଦ୍ଧଶତକ ବଳରେ (୩୯ ବଲ୍ରୁ ୫୧ ରନ୍) ୪ ୱିକେଟ୍ ହରାଇ ୧୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଆନେରି ଡେର୍କସେନ୍ ୪୪ ଓ କ୍ଲୋଏ ଟ୍ରାୟନ ୧୮ ରନ୍ର ଯୋଗଦାନ ଦେଇଥିଲେ । ଭାରତ ପକ୍ଷରୁ ଶ୍ରେୟଙ୍କା ପାଟିଲ୍ ୨ ୱିକେଟ୍ ନେଇଥିବାବେଳେ ଶ୍ରୀ ଚାରନି ଓ ଅରୁନ୍ଧତୀ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।






