AK ବେଙ୍ଗଲ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନିଜର ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡକୁ ନେଇ ବଡ଼ ଦାବି କରିଛନ୍ତି । ବୁଧବାର ଉତ୍ତର ୨୪ ପ୍ରଗଣା ସ୍ଥିତ ମଧ୍ୟମଗ୍ରାମ ନିକଟରେ ଚନ୍ଦ୍ରନାଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ବେଙ୍ଗଲ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନିଜର ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡକୁ ନେଇ ବଡ଼ ଦାବି କରିଛନ୍ତି। ବୁଧବାର ଉତ୍ତର ୨୪ ପ୍ରଗଣା ସ୍ଥିତ ମଧ୍ୟମଗ୍ରାମ ନିକଟରେ ଚନ୍ଦ୍ରନାଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟା ପଛରେ ରାଜନୀତିକ ପୂର୍ବାଗ୍ରହ ରହିଥିବା ଶୁଭେନ୍ଦୁ ଅଭିଯୋଗ କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ତାଙ୍କରି ଗଡ଼ ଭବାନୀପୁରରେ ଶୁଭେନ୍ଦୁ ହରାଇଥିଲେ । ମମତାଙ୍କୁ ହରାଇଥିବାରୁ ପିଏ ଚନ୍ଦ୍ରନାଥଙ୍କୁ ହତ୍ୟା କରାଯାଇଥିବା ଶୁଭେନ୍ଦୁ ଅଭିଯୋଗ କରିଛନ୍ତି ।ଆଜି ଚନ୍ଦ୍ରନାଥଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପରେ ଶୁଭେନ୍ଦୁ କହିଛନ୍ତି ଯେ “ସେ ମୋ ସହଯୋଗୀ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି। କାରଣ ମୁଁ ମମତା ବାନାର୍ଜୀଙ୍କୁ ଭବାନୀପୁରରେ ହରାଇଥିଲି। ଏହା ହିଁ ହତ୍ୟାର ପ୍ରମୁଖ କାରଣ ହୋଇପାରେ

ହତ୍ୟାକାଣ୍ଡକୁ ଯେଉଁ ଭଳି କାର୍ଯ୍ୟକାରୀ କରାଯାଇଛି, ତା’କୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ମୁଁ ଚନ୍ଦ୍ରନାଥଙ୍କ ସହ ପରିବାରଙ୍କ ଦାବି ସହ ଏକମତ । ହତ୍ୟାକାଣ୍ଡ ଘଟାଇଥିବା ଲୋକଙ୍କୁ ଧରା ଯାଉ ଓ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ। ଶବ ବ୍ୟବଚ୍ଛେଦରୁ ତାଙ୍କ ଦେହରେ ୪ଟି ଗୁଳି ବାଜି ଥିବା ସ୍ପଷ୍ଟ ହୋଇଛି।” ଏହାପୂର୍ବରୁ ଚନ୍ଦ୍ରନାଥଙ୍କୁ ହସ୍ପିଟାଲରେ ଦେଖିବାକୁ ଯାଇଥିବା ଶୁଭେନ୍ଦୁ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଥିଲେ ।
ଶୁଭେନ୍ଦୁଙ୍କ ସହ ଦୀର୍ଘ ବର୍ଷ ଧରି କାମ କରୁଥିବା ଚନ୍ଦ୍ରନାଥ ବୁଧବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମ ଠାରେ ତାଙ୍କ ଉପରେ ହୋଇଥିଲା ଗୁଳିମାଡ଼ । ଗୁଳି ମାଡ଼ ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ସୂତ୍ର ଅନୁସାରେ, ଅପରାଧର ଶୈଳୀକୁ ଦେଖିଲେ ଲାଗୁଛି ଯେ ପୂରା ଯୋଜନାବଦ୍ଧ ଭାବେ ସବୁ କିଛି କରାଯାଇଛି । ଆକ୍ରମଣ ପୂର୍ବରୁ ଆକ୍ରମଣକାରୀମାନେ ପୂରା ଅଞ୍ଚଳର ରେକି କରିଥିଲେ ଓ ହତ୍ୟା ପରେ କେମିତି ଖସିବାକୁ ହେବ, ତା’ର ମଧ୍ୟ ସବୁ ପ୍ରସ୍ତୁତି କରିଥିଲେ । ଚନ୍ଦ୍ରନାଥ ନିଜ ସ୍କପ୍ରିଓରେ ଯାଉଥିବା ବେଳେ ତାଙ୍କୁ ଗୋଟିଏ ବାଇକ ଓ ସିଲଭର ରଙ୍ଗର ସାଣ୍ଟ୍ରୋ କାରରେ ପିଛା କରାଯାଇଥିଲା। ସାଣ୍ଟ୍ରୋ କାରର ନମ୍ବ ହେଉଛି WB74AX2270 । ଏହା ସିଲିଗୁଡ଼ିରେ ପଞ୍ଜିକୃତ ହୋଇଥିଲା ।






