AK ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ସ୍କୁଲର ଶିକ୍ଷକ ଯତୀନ୍ଦ୍ର ମହାନ୍ତଙ୍କୁ ପୁଲିସ୍ ଗିରଫ କରି ପୋକ୍ସୋ କୋର୍ଟ ଚାଲାଣ କରିଛି । ଗତ ଏପ୍ରିଲ ମାସ ୨୫ତାରିଖରେ ଘଟିଥିଲା ଏହି ଘଟଣା । ପୀଡ଼ିତା ନବମଶ୍ରେଣୀ ଛାତ୍ରୀଙ୍କ ଅଭିଯୋଗ ମୁତାବକ ଶିକ୍ଷକ ଜଣକ ପୂର୍ବରୁ ପରୀକ୍ଷାରେ ଫେଲ କରାଇ ଦେବାର ଧମକଦେଇ ବାରମ୍ବାର ବ୍ଲାକମେଲ ଉଦ୍ୟମ କରିଥିଲେ ।

ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ସ୍କୁଲର ଶିକ୍ଷକ ଯତୀନ୍ଦ୍ର ମହାନ୍ତଙ୍କୁ ପୁଲିସ୍ ଗିରଫ କରି ପୋକ୍ସୋ କୋର୍ଟ ଚାଲାଣ କରିଛି । ଗତ ଏପ୍ରିଲ ମାସ ୨୫ତାରିଖରେ ଘଟିଥିଲା ଏହି ଘଟଣା । ପୀଡ଼ିତା ନବମଶ୍ରେଣୀ ଛାତ୍ରୀଙ୍କ ଅଭିଯୋଗ ମୁତାବକ ଶିକ୍ଷକ ଜଣକ ପୂର୍ବରୁ ପରୀକ୍ଷାରେ ଫେଲ କରାଇ ଦେବାର ଧମକଦେଇ ବାରମ୍ବାର ବ୍ଲାକମେଲ ଉଦ୍ୟମ କରିଥିଲେ । ଗତମାସ ୨୫ତାରିଖ ପୂର୍ବାହ୍ନ ୯ଟା ପାଖାପାଖି ସମୟରେ ପୀଡ଼ିତା ଡାକ୍ତରଖାନାରୁ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ରାସ୍ତାରେ ପୀଡ଼ିତାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିବା ନେଇ ଏତଲାରେ ଦର୍ଶାଯାଇଛି ।






