AK ଗୋଟିଏ ବିବାହ ଭୋଜିର ଆୟୋଜନ ହୋଇଥିଲା । ସେଠାକୁ ୧୧ ବର୍ଷୀୟ ଚମନ ଓରଫ ଅମର ଯାଇଥିଲେ । ତାଙ୍କ ଘର ଗୋଣ୍ଡାରେ । ସେ ନିଜ ଅଜାଆଈଙ୍କ ବସ୍ତି ସ୍ଥିତ ଘରେ ରହୁଥିଲେ । ବାହାଘର କାର୍ଯ୍ୟକ୍ରମକୁ ସେ ଆଈଙ୍କ ସହ ଯାଇଥିଲେ। ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜଣେ ୧୧ ବର୍ଷୀୟ ପିଲାକୁ ଜଳନ୍ତା ତନ୍ଦୁର ଭାଟିକୁ ଫିଙ୍ଗି ଦେଇଛନ୍ତି ଜଣେ ବ୍ୟକ୍ତି । ବାହାଘର ଭୋଜିରେ ପିଲାଟି ବାରମ୍ବାର ଫୁଡ ଷ୍ଟଲରୁ ରସଗୋଲା ଖାଇବାରୁ କ୍ୟାଣ୍ଟ୍ରିଂ ଦାୟିତ୍ୱରେ ଥିବା ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି । ଉତ୍ତର ପ୍ରଦେଶ ବସ୍ତି ଜିଲ୍ଲା ଅନ୍ତର୍ଗତ ମାଲାଉଲି ଗୋସାଇ ଗାଁରେ ପୂରା ଘଟଣା ଘଟିଛି ।

ଏପ୍ରିଲ ୧୫ରେ ଗାଁରେ ଗୋଟିଏ ବିବାହ ଭୋଜିର ଆୟୋଜନ ହୋଇଥିଲା। ସେଠାକୁ ୧୧ ବର୍ଷୀୟ ଚମନ ଓରଫ ଅମର ଯାଇଥିଲେ। ତାଙ୍କ ଘର ଗୋଣ୍ଡାରେ । ସେ ନିଜ ଅଜାଆଈଙ୍କ ବସ୍ତି ସ୍ଥିତ ଘରେ ରହୁଥିଲେ । ବାହାଘର କାର୍ଯ୍ୟକ୍ରମକୁ ସେ ଆଈଙ୍କ ସହ ଯାଇଥିଲେ । ପୁଲିସ୍ର କହିବା କଥା ବାହାଘର ଭୋଜିରେ ଅମର ବାରମ୍ବାର ଫୁଡଷ୍ଟଲରେ ଲାଗିଥିବା ରସଗୋଲା ଖାଇବାକୁ ଲାଗିଥିଲେ। ସେ ଷ୍ଟଲରେ ଲାଗିଥିବା ରସଗୋଲାକୁ ନିଜ ହାତରେ ନେଇ ଖାଇ ଦେଉଥିଲେ । ଏହାକୁ ଦେଖି କ୍ୟାଣ୍ଟ୍ରିଂ କଣ୍ଟ୍ରାକ୍ଟର ରାଗି ଯାଇଥିଲେ ।
ସେ ପ୍ରଥମେ ପିଲାଟିକୁ ନାଲି ଆଖି ଦେଖାଇଥିଲେ। ତଥାପି ସେ କିଛି ବି ଶୁଣି ନଥିଲେ। ଶେଷରେ ସେ ଅତ୍ୟନ୍ତ ରାଗି ଯାଇ ପିଲାଟିକୁ ସିଧା ଟେକି ନେଇ ଜଳନ୍ତା ତନ୍ଦୁର ଭାଟି ଉପରେ ବସାଇ ଦେଇଥିଲେ।
ଚେଙ୍କା ଲାଗି ଯିବାରୁ ପିଲାଟି ନିୟନ୍ତ୍ରଣ ହରାଇ ଜଳୁ ଥିବା ଭାଟି ଭିତରେ ହିଁ ପଡ଼ି ଯାଇଥିଲେ । ଚିତ୍କାର ଶୁଣି ପିଲାଟିର ପରିବାର ଲୋକ ସେଠାରେ ପହଞ୍ଚି ତାଙ୍କୁ ଭାଟିରୁ ଉଦ୍ଧାର କରିଥିଲେ । ହେଲେ ନିଆଁରେ ପୋଡ଼ି ହୋଇ ତାଙ୍କ ମୁହଁ ଓ ଅଣ୍ଟାରେ ଗଭୀର କ୍ଷତଚିହ୍ନ ସୃଷ୍ଟି ହୋଇଛି । ପ୍ରଥମେ ଅମରଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଲକ୍ଷ୍ନୌ ମେଡିକାଲ କଲେଜକୁ ପଠା ଯାଇଛି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିଲେ ହେଁ ସ୍ଥିର ରହିଛି । ପୁଲିସ ଗୋଟିଏ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।






