A.K ଦିନ ଦ୍ୱିପହରେ ରାଜଧାନୀ ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥାଏ ଝିଅଟି। ଜୀବନ ବଞ୍ଚାଇବାକୁ କାନ୍ଦି କାନ୍ଦି ଧାଉଁଥାଏ। ବୟସ ମାତ୍ର ୧୨ ବର୍ଷ ହେବ। ସମସ୍ତେ ଅଣଦେଖା କରି ଚାଲିଯାଉଥିବାବେଳେ ହଠାତ୍ ଦୃଷ୍ଟି ପଡ଼ିଲା ଜଣେ ବ୍ୟକ୍ତିଙ୍କର। ନାବାଳିକାକୁ ସେ ପୂରା ଘଟଣା ବିଷୟରେ ପଚାରି ବୁଝିଲେ।

ଦିନ ଦ୍ୱିପହରେ ରାଜଧାନୀ ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥାଏ ଝିଅଟି। ଜୀବନ ବଞ୍ଚାଇବାକୁ କାନ୍ଦି କାନ୍ଦି ଧାଉଁଥାଏ। ବୟସ ମାତ୍ର ୧୨ ବର୍ଷ ହେବ। ସମସ୍ତେ ଅଣଦେଖା କରି ଚାଲିଯାଉଥିବାବେଳେ ହଠାତ୍ ଦୃଷ୍ଟି ପଡ଼ିଲା ଜଣେ ବ୍ୟକ୍ତିଙ୍କର। ନାବାଳିକାକୁ ସେ ପୂରା ଘଟଣା ବିଷୟରେ ପଚାରି ବୁଝିଲେ। ଆଉ ତା ଠାରୁ ଯାହା ଶୁଣିଲେ, ତାଙ୍କ ହୋସ୍ ଉଡ଼ିଗଲା।
ନାବାଳିକାଟିର ହାତ ସାରା ଦିଆଯାଇଛି ଗରମ ଲୁହାର ଚେଙ୍କ। ଏହି ଚେଙ୍କ ହିଁବୟାନ କରୁଛି କେତେ ନିଷ୍ଠୁର ଭାବେ ତାକୁ ଦିଆଯାଇଛି ନିର୍ଯାତନା। ଝିଅଟିର କହିବା କଥା ହେଉଛି, କେନ୍ଦୁଝରରୁ ଆସି ସେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲା। ତା ନିଜ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ଓଳିଏ ଖାଇଲେ ଓଳିଏ ଉପାସ। ଏପରି ସ୍ଥିତିରେ କିଛି ରୋଜଗାର ପାଇଁ ଚାଲି ଆସିଥିଲା ଭୁବନେଶ୍ୱର। ଯେଉଁ ବୟସରେ ପାଠ ପଢ଼ିବା କଥା, ଖେଳକୁଦ କରିବା କଥା, ସେହି ବୟସରେ ସେ ପର ଘରେ କାମ କରି ବାସନ ମାଜୁଛି।
ଏତେ ଛୋଟ ଛୁଆ, ଘରର କଷ୍ଟ କାମ ଯାକ କରେ। କିନ୍ତୁ ବଦଳରେ ତାକୁ ଯେତିକି ଟଙ୍କା ମିଳେ, ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ମାଲିକ ଉମେଶ ଚନ୍ଦ୍ର ସାମଲ ତାକୁ ଦିଅନ୍ତି ମାତ୍ର ୨ ହଜାର ଟଙ୍କା। ଯାହା ତ ଦିଅନ୍ତି ଦିଅନ୍ତି, ମାର୍ ପିଟ୍ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ନିର୍ଯାତନା ଅସହ୍ୟ ହେବାରୁ ଝିଅଟି ବାଧ୍ୟ ହୋଇ ଘରୁ କାନ୍ଦି କାନ୍ଦି ଦୌଡ଼ି ପଳାଇ ଆସିଛି। ଏ ବାବଦରେ ଜାଣିବା ପରେ ଜଣେ ବ୍ୟକ୍ତି ଏକ ସାମାଜିକ ସଂଗଠନକୁ ଖବର ଦେଇଥିଲେ। ପରେ ଶିଶୁ ସୁରକ୍ଷା କର୍ମୀ ଝିଅଟିକୁ ଉଦ୍ଧାର କରି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉମେଶଙ୍କୁ ଅଟକ ରଖି ପଚରାଉଚରା କରୁଛି।
୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କାମରେ ନିୟୋଜିତ କରିବା ଆଇନତଃ ବଡ଼ ଅପରାଧ। ଏପରି ସ୍ଥିତିରେ ଝିଅଟିକୁ ଘରେ ଚାକରାଣୀ ଭାବେ କାମ କରାଇ ନିର୍ଯାତନା ଦେଇଥିବା ମାଲିକ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାର କଥା।






