AK କ୍ୟାନ୍ସର ହସ୍ପିଟାଲ ରୋଗିଣା । ଏକଥା ଆମେ ଏଇଥିପାଇଁ କହୁଛୁ, କାରଣ ରାଜ୍ୟରେ ଯେତେ ଗୁଡିଏ କ୍ୟାନ୍ସର ହସ୍ପିଟାଲ ଅଛି, ସବୁଗୁଡିକର ଅବସ୍ଥା ଜରାଜୀର୍ଣ୍ଣ । ରାଜ୍ୟରେ ପ୍ରତିଦିନ ଅନେକ ଲୋକ ଦୁଃସାଧ୍ୟ କର୍କଟ ବା କ୍ୟାନ୍ସର ରୋଗରେ ଆକ୍ରାନ୍ତ ହେଉଛନ୍ତି ।

କ୍ୟାନ୍ସର ହସ୍ପିଟାଲ ରୋଗିଣା । ଏକଥା ଆମେ ଏଇଥିପାଇଁ କହୁଛୁ, କାରଣ ରାଜ୍ୟରେ ଯେତେ ଗୁଡିଏ କ୍ୟାନ୍ସର ହସ୍ପିଟାଲ ଅଛି, ସବୁଗୁଡିକର ଅବସ୍ଥା ଜରାଜୀର୍ଣ୍ଣ । ରାଜ୍ୟରେ ପ୍ରତିଦିନ ଅନେକ ଲୋକ ଦୁଃସାଧ୍ୟ କର୍କଟ ବା କ୍ୟାନ୍ସର ରୋଗରେ ଆକ୍ରାନ୍ତ ହେଉଛନ୍ତି । କିଏ ଲିଭର କ୍ୟାନ୍ସର ତ କିଏ ରକ୍ତ କର୍କଟ ଆଉ କିଏ ସ୍ତନ କର୍କଟ । କ୍ୟାନ୍ସରର ବିଭିନ୍ନ ଷ୍ଟେଜରେ ଆକ୍ରାନ୍ତ ହେଉଛନ୍ତି । ବଢ଼ୁଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା । କିନ୍ତୁ ସେହି ଅନୁପାତରେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳୁନି । ଏଭଳି ଦୁଃସାଧ୍ୟ ରୋଗରୁ ଉପଶମ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଆମ ରାଜ୍ୟରେ ନାହିଁ । ଉଦାହରଣ ସ୍ବରୁପ ବରଗଡ଼ ଜିଲ୍ଲା କ୍ୟାନ୍ସର ପ୍ରବଣ ବରଗଡ଼ ଜିଲ୍ଲା ସ୍ବପ୍ନ ଦେଖିଥିଲା, ଜିଲ୍ଲାରେ ମିଳିବ ଉତ୍ତମ ସ୍ବାସ୍ଥ୍ୟସେବା। କ୍ୟାନ୍ସର ରୋଗୀଙ୍କୁ ଚିକିତ୍ସା ମହଙ୍ଗା ପଡ଼ିବନି । ୫ ତାଲା କ୍ୟାନ୍ସର ହସ୍ପିଟାଲ ସହାୟକ ହେବ । ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବରଗଡ଼ ଜିଲ୍ଲା ପ୍ରଭାରୀ ହେବା ପରେ ଏଭଳି ଆଶା ସଞ୍ଚାର ହୋଇଥିଲା । କିନ୍ତୁ ସମୟକ୍ରମେ ଏହି ସ୍ବପ୍ନ ଓ ଆଶା ଶୀତଳଭଣ୍ଡାରରେ କଏଦ୍ ହୋଇଯାଇଛି । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କ୍ୟାନ୍ସର ହସ୍ପିଟାଲରେ କେବଳ ୩ ଜଣ ନିୟମିତ କର୍ମଚାରୀ ଅଛନ୍ତି । ସେଭଳି କୌଣସି ଅତ୍ୟାଧୁନିକ ଉପକରଣ ନଥିବା ଅଭିଯୋଗ ହୋଇଛି । ଖାଲି ବରଗଡ଼ ନୁହେଁ, କଟକର ଆଚାର୍ୟ୍ୟ ହରିହର କର୍କଟ କେନ୍ଦ୍ର, କ୍ୟାପିଟାଲ ହସ୍ପିଟାଲ ସବୁଠି ଯେମିତି ରୁଗ୍ଣ ଅବସ୍ଥାରେ।






