AK ୩ ଘଣ୍ଟା ମଧ୍ୟରେ ଏକ କ୍ରିକେଟ୍ ମ୍ୟାଚ୍ ଶେଷ କରିବାକୁ ଟ୍ବେଣ୍ଟି-୨୦ର ପରିକଳ୍ପନା କରାଯାଇଥିଲା, କିନ୍ତୁ ଅଧିକାଂଶ ଆଇପିଏଲ୍ ମ୍ୟାଚ୍ ୩ ଘଣ୍ଟା ମଧ୍ୟରେ ଶେଷ ହେଉନାହିଁ। ଏପରିକି ସିଏସ୍କେ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକ ମ୍ୟାଚ୍ ୪ ଘଣ୍ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଆଇପିଏଲ୍ ମ୍ୟାଚ୍ ଗୁଡ଼ିକ ଲମ୍ବା ହୋଇଯାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତି ବ୍ୟାଟର୍ ସୁନୀଲ ଗାଭାସ୍କର । ପଡ଼ିଆ ମଧ୍ୟରେ ଅଯଥା ଅନାବଶ୍ୟକ ଲୋକଙ୍କୁ ପ୍ରବେଶ କରିବା ଉପରେ କଠୋର କଟକଣା ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

୩ ଘଣ୍ଟା ମଧ୍ୟରେ ଏକ କ୍ରିକେଟ୍ ମ୍ୟାଚ୍ ଶେଷ କରିବାକୁ ଟ୍ବେଣ୍ଟି-୨୦ର ପରିକଳ୍ପନା କରାଯାଇଥିଲା, କିନ୍ତୁ ଅଧିକାଂଶ ଆଇପିଏଲ୍ ମ୍ୟାଚ୍ ୩ ଘଣ୍ଟା ମଧ୍ୟରେ ଶେଷ ହେଉନାହିଁ । ଏପରିକି ସିଏସ୍କେ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକ ମ୍ୟାଚ୍ ୪ ଘଣ୍ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ପୁଣି ବିନା ସୁପରଓଭରରେ ଏହି ମ୍ୟାଚ୍ଟି ଏତେ ଲମ୍ବା ଚାଲିଥିଲା । ଏ ନେଇ ଗାଭାସ୍କର କହିଛନ୍ତି ଯେ ବିସିସିଆଇ ଏଥିରେ ହସ୍ତକ୍ଷେପ କରିବା ସହ ଠିକ୍ ସମୟରେ ମ୍ୟାଚ୍ ଶେଷ କରିବା ନେଇ କଡ଼ା ନିର୍ଦ୍ଦେଶ ଜାରି କରିବା ଉଚିତ୍ । ଷ୍ଟାଟର୍ଜିକ୍ ଟାଇମ୍ଆଉଟ୍ ଓ ପଡ଼ିଆରେ ଖେଳାଳି ଓ ଅମ୍ପାୟାରଙ୍କ ବ୍ୟତୀତ ଅନ୍ୟମାନଙ୍କ ଅନାବଶ୍ୟକ ପ୍ରବେଶକୁ ଦୂର କରାଯିବା ଉଚିତ୍ । ଦେଖାଯାଉଛି ଯେ ଷ୍ଟାଟର୍ଜିକ୍ ଟାଇମ୍ଆଉଟ୍ରେ ପ୍ରାୟ ଅଧଡଜନ ଲୋକ ପଡ଼ିଆରେ ପ୍ରବେଶ କରୁଛନ୍ତି । ଏପରିକି ବେଳେବେଳେ ଆଗକୁ ବ୍ୟାଟିଂ କରିବାକୁ ଆସିବାକୁ ଥିବା ବ୍ୟାଟର୍ ବି ପଡ଼ିଆ ଭିତରେ ପ୍ରବେଶ କରୁଛନ୍ତି । ଦଳମାନେ ଦିଆଯାଇଥିବା ସ୍ବାଧୀନତାର ଅପବ୍ୟବହାର କରୁଛନ୍ତି । ଏହାକୁ ବନ୍ଦ କରାଯିବା ଆବଶ୍ୟକ । କେବଳ ପାଣି ବୋତଲ ସହ ଦୁଇଜଣ ସଂରକ୍ଷିତ ଖେଳାଳି କିମ୍ବା ଦୁଇ ଜଣ ପ୍ରଶିକ୍ଷଣ କର୍ମୀଙ୍କୁ ପ୍ରବେଶ ଅନୁମତି ରହିବା ଆବଶ୍ୟକ’’ ସେ କହିଛନ୍ତି ।






