AK ଗାଜିଆବାଦରେ ଗତମାସ ଜଣେ ୪ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରିବାକୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ ଉତ୍ତର ପ୍ରଦେଶ ଡିଜିପିଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ଜଣେ ୪ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରିବାକୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ ଉତ୍ତର ପ୍ରଦେଶ ଡିଜିପିଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ଗାଜିଆବାଦ ପୁଲିସ ଦ୍ୱାରା କରାଯାଇଥିବା ତଦନ୍ତରେ ପୀଡିତାଙ୍କ ପିତାମାତା ଅସନ୍ତୋଷ ପ୍ରକାଶ କରିଥିଲେ । ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସ୍ୱତନ୍ତ୍ର ତଦନ୍ତକାରୀ ଦଳକୁ ଶୁକ୍ରବାର କିମ୍ବା ଶନିବାର ସକାଳ ୧୧ଟା ସୁଦ୍ଧା ସୂଚିତ କରାଯିବା ଉଚିତ ।

ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବିପୁଳ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏସ୍ଆଇଟି ମହିଳା ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ହେବା ଉଚିତ ଓ କମିସନର୍ କିମ୍ବା ଇନ୍ସପେକ୍ଟର ଜେନେରାଲ ପାହ୍ୟାର ଜଣେ ଅଧିକାରୀଙ୍କ ନେତୃତ୍ବରେ ଗଠନ ହେବା ଉଚିତ। ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଏସ୍ଆଇଟି ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଟ୍ରାଏଲ୍ କୋର୍ଟରେ ତାଙ୍କର ସପ୍ଲିମେଣ୍ଟାରୀ ରିପୋର୍ଟ ଦାଖଲ କରିବ, କାରଣ ଏହା ଟ୍ରାଏଲ୍ କୋର୍ଟକୁ ମାମଲାର ଚାଲୁଥିବା ପ୍ରକ୍ରିୟାକୁ ସେପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲା । ଖଣ୍ଡପୀଠ ମୃତ ଶିଶୁକନ୍ୟାଙ୍କ ବାପାଙ୍କ ଦ୍ବାରା ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ପୀଡ଼ିତାଙ୍କ ବାପା କୋର୍ଟ ନିରୀକ୍ଷଣରେ ଏସ୍ଆଇଟି କିମ୍ବା ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ ।
ପୁଲିସ ପକ୍ଷରୁ ସୁପ୍ରିମକୋର୍ଟରେ ପକ୍ଷ ରଖି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟି କହିଛନ୍ତି, ଏହି ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇସାରିଛି ଓ ବିଚାର ମଧ୍ୟ ଆରମ୍ଭ ହୋଇସାରିଛି । ଏପ୍ରିଲ ୧୩ରେ ମାମଲାର ଶୁଣାଣି ସମୟରେ, ସର୍ବୋଚ୍ଚ ନ୍ୟାୟାଳୟ ଏଫଆଇଆର ଦାଖଲ କରିବା ଏବଂ ମାମଲାର ତଦନ୍ତ କରିବାରେ ଗାଜିଆବାଦ ପୁଲିସର ଅନିଚ୍ଛା ଦର୍ଶାଇଥିଲେ । ଏହି ମାମଲାରେ ତଦନ୍ତକୁ ନେଇ ଗାଜିଆବାଦ ପୁଲିସର ସମ୍ବେଦନହୀନ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ । ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ ତାରିଖରେ ଜଣେ ପଡ଼ୋଶୀ ଶିଶୁକନ୍ୟାଟିକୁ ଚକୋଲେଟ୍ ଦେବାକୁ କହି ନେଇଯାଇଥିଲା । ବହୁ ସମୟ ପର୍ଯ୍ୟନ୍ତ ଶିଶୁକନ୍ୟାଟି ନଫେରିବାରୁ ତାଙ୍କ ବାପା ଖୋଜାଖୋଜି କରି ଶିଶୁଟିକୁ ରକ୍ତ ଜୁଡ଼ୁବୁଡ଼ୁ ଭାବେ ଅଚେତ ଅବସ୍ଥାରେ ପାଇଥିଲେ । ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲ ପ୍ରବଳ ରକ୍ତସ୍ରାବ ହେଉଥିବା ଶିଶୁଟିକୁ ହସ୍ପିଟାଲରେ ଆଡମିଟ୍ ନ କରିବାକୁ ନେଇ ସର୍ବୋଚ୍ଚ କୋର୍ଟ ଦୁଃଖ ପ୍ରକାଶ କରିଥିଲେ । ଶିଶୁଟିକୁ ପରେ ଏକ ସରକାରୀ ହସ୍ପିଟାଲ ମୃତ ଘୋଷଣା କରିଥିଲା ।






