ଏ.କେ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ -ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ବିହାର ଏବଂ ଉତ୍ତର ପ୍ରଦେଶର ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ତିନି ଜଣଙ୍କୁ ପଶ୍ଚିମବଙ୍ଗ ନିଆଯାଇଛି ।

ପଶ୍ଚିମବଙ୍ଗ ସିଆଇଡି କହିଛି, ବିହାରର ବକ୍ସରରୁ ମୟଙ୍କ ରାଜ ମିଶ୍ର, ଭିକି ମୌର୍ଯ୍ୟ ଏବଂ ଉତ୍ତର ପ୍ରଦେଶର ବାଲିଆରୁ ରାଜ ସିଂହକୁ ରବିବାର ରାତିରେ ଅଟକ ରଖାଯାଇଥିଲା । ବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ -ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ବିହାର ଏବଂ ଉତ୍ତର ପ୍ରଦେଶର ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ତିନି ଜଣଙ୍କୁ ପଶ୍ଚିମବଙ୍ଗ ନିଆଯାଇଛି । ପଶ୍ଚିମବଙ୍ଗ ସିଆଇଡି କହିଛି, ବିହାରର ବକ୍ସରରୁ ମୟଙ୍କ ରାଜ ମିଶ୍ର, ଭିକି ମୌର୍ଯ୍ୟ ଏବଂ ଉତ୍ତର ପ୍ରଦେଶର ବାଲିଆରୁ ରାଜ ସିଂହକୁ ରବିବାର ରାତିରେ ଅଟକ ରଖାଯାଇଥିଲା । ଆଜି ସକାଳେ ସେମାନଙ୍କୁ ଗିରଫ କରାଯାଇଛି । ରାଜ ସିଂହ ଜଣେ ସାର୍ପସୁଟର । ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇ ଦିନ ପରେ, ମେ ୬ ତାରିଖର ଉତ୍ତର ୨୪ ପରଗନା ଜିଲ୍ଲାର ମଧ୍ୟମଗ୍ରାମ ଅଞ୍ଚଳରେ ୪୨ ବର୍ଷୀୟ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆକ୍ରମଣକାରୀ ରଥଙ୍କ ଗାଡ଼ିକୁ ଅଟକାଇ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ । ରଥଙ୍କ ଛାତି ଏବଂ ପେଟରେ ତିନୋଟି ଗୁଳି ବାଜିଥିଲା ।






