AK ସମ୍ବଲପୁରରେ ଶ୍ରମିକଙ୍କ ଟଙ୍କା ଖାଇଯାଇଛି ଠିକାଦାର। ହେଲେ ଏସଏମସିର ବଡ଼ ବାବୁମାନେ ପୂରା ଚୁପ୍। ସମ୍ବଲପୁରରେ ପଥଚାରୀ ଓ ସହରବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ଏସଏମସି ଅଧୀନରେ ବିଭିନ୍ନ ସ୍ଥାନରେ ୫୩ଟି ଜଳଛତ୍ର ଖୋଲାଯାଇଛି। ପ୍ରତି ଜଳଛତ୍ରର ପରିଚାଳନା ପାଇଁ ଜଣେ ଜଣେ ନିଯୁକ୍ତ ହୋଇଛନ୍ତି ।
ସମ୍ବଲପୁରରେ ଜଳଛତ୍ର ନାଁରେ ଦୁର୍ନୀତି। ଶ୍ରମିକଙ୍କ ମାସିକ ମଜୁରି ବାବଦକୁ ଏସଏମସି ଦେଉଛି ୧୩୮୦୦ ଟଙ୍କା । କିନ୍ତୁ ଆଶ୍ଚର୍ୟ୍ୟର କଥା ଶ୍ରମିକ ପାଉଛନ୍ତି ମାତ୍ର ୫ ହଜାର ଟଙ୍କା । ମଝିରେ ୮୮୦୦ ଟଙ୍କା ଲୁଟୁଛି ଠିକାଦାର ।

ସମ୍ବଲପୁରରେ ଶ୍ରମିକଙ୍କ ଟଙ୍କା ଖାଇଯାଇଛି ଠିକାଦାର । ହେଲେ ଏସଏମସିର ବଡ଼ ବାବୁମାନେ ପୂରା ଚୁପ୍। ସମ୍ବଲପୁରରେ ପଥଚାରୀ ଓ ସହରବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ଏସଏମସି ଅଧୀନରେ ବିଭିନ୍ନ ସ୍ଥାନରେ ୫୩ଟି ଜଳଛତ୍ର ଖୋଲାଯାଇଛି । ପ୍ରତି ଜଳଛତ୍ରର ପରିଚାଳନା ପାଇଁ ଜଣେ ଜଣେ ନିଯୁକ୍ତ ହୋଇଛନ୍ତି । ଏମାନଙ୍କ ମଜୁରି ବାବଦକୁ ଦୈନିକ ୪୬୨ ଟଙ୍କା ବା ମାସିକ ୧୩୮୦୦ ଟଙ୍କା ଦେଉଛି ଏସଏମସି । କିନ୍ତୁ ଶ୍ରମିକମାନେ ପାଇବେ ମାତ୍ର ୫ ହଜାର ଟଙ୍କା । ବାକି ଟଙ୍କା ଯିବ କୁଆଡ଼େ, ଠିକାଦାର ଏକା ଖାଇବ ନା ମିଳିମିଶି ଖାଇବେ ? ୩ ମାସରେ ୫୩ଟି ଜଳଛତ୍ର ପାଇଁ ଖର୍ଚ୍ଚ ହେଉଛି ୩୬ ଲକ୍ଷ ଟଙ୍କା । ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଜଳଛତ୍ର ସେବା ୩ ମାସ ଧରି ଚାଲିବ। ଅର୍ଥାତ ୩ ମାସରେ ଜଳଛତ୍ର ପିଛା ପ୍ରାୟ ୬୭ ହଜାର ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରୁ ମାସିକ ୧୩୮୦୦ ଟଙ୍କା ହିସାବରେ ୩ ମାସରେ ୪୧,୪୦୦ ଟଙ୍କା ଜଳଛତ୍ରରେ ନିଯୁକ୍ତ ବ୍ୟକ୍ତିଙ୍କ ଦରମା ବାବଦକୁ ଦିଆଯାଉଛି । କିନ୍ତୁ ୩ ମାସରେ ୪୧ ହଜାରରୁ ମାତ୍ର ୧୫ ହଜାର ଟଙ୍କା ଶ୍ରମିକଙ୍କୁ ଦେଇ ବାକି ଟଙ୍କା ଚଳୁ କରିବ ଠିକାଦାର । ୩ ମାସରେ ଶ୍ରମିକଙ୍କ ଦରମାରୁ ୧୩ ଲକ୍ଷ ୭୮ ହଜାର ଟଙ୍କା ଲୁଟ୍ ହେବ। ବାକି ଜଳଛତ୍ର ପରିଚାଳନା ତଥା ମାଠିଆ ଆଦି କିଣିବା ପାଇଁ ଜଳଛତ୍ର ପିଛା ୨୬ ହଜାର ଟଙ୍କା ଖର୍ଚ୍ଚ ଦିଆଯାଇଛି। ପ୍ରତି ଜଳଛତ୍ରରେ ୨୬ ହଜାର ଟଙ୍କାରେ ୫ରୁ ୭ ଖଣ୍ଡ ବାଉଁଶ ତାଟି ଓ ୫ଟି ମାଠିଆ କିଣାଯାଇଛି । ବାକି ସବୁ ଚଳୁ, ଏସଏମସି ଅଧୀନରେ ଠିକା ପାଇଥିବା ବ୍ୟକ୍ତିର ଏହି ମହାଲୁଟକୁ ନେଇ ମୁହଁ ଖୋଲୁନାହାଁନ୍ତି ଏସଏମସିର ବାବୁମାନେ ।






