AK ଏହି ୭ ସାଂସଦ ନିକଟରେ ଆପ୍ ଛାଡ଼ି ବିଜେପିରେ ମିଶିଥିଲେ । ଆପ୍ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ୭ ସାଂସଦଙ୍କ ଦଳ ଛାଡ଼ିବା ଦଳବଦଳ ବିରୋଧୀ ଆଇନର ସ୍ପଷ୍ଟ ଉଲ୍ଲଂଘନ । ଦଳ ଛାଡ଼ିଥିବା ୭ ରାଜ୍ୟସଭା ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ରବିବାର ବିଧିବଦ୍ଧ ଭାବେ ଆବେଦନ କରାଯାଇଛି । ଆପ୍ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କ ନିକଟରେ ଆବେଦନ ଦାଖଲ କରାଯାଇଛି । ଏହି ୭ ସାଂସଦ ନିକଟରେ ଆପ୍ ଛାଡ଼ି ବିଜେପିରେ ମିଶିଥିଲେ। ଆପ୍ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ୭ ସାଂସଦଙ୍କ ଦଳ ଛାଡ଼ିବା ଦଳବଦଳ ବିରୋଧୀ ଆଇନର ସ୍ପଷ୍ଟ ଉଲ୍ଲଂଘନ ।

ଶୁକ୍ରବାର ଆପ୍ ରାଜ୍ୟସଭା ସାଂସଦ ରାଘବ ଚଢା ଅଶୋକ ମିତ୍ତଲ, ସନ୍ଦୀପ ପାଠକ, ହରଭଜନ ସିଂହ, ରାଜେନ୍ଦ୍ର ଗୁପ୍ତା, ବିକ୍ରମ ସାହନୀ ଓ ସ୍ବାତୀ ମାଲିୱାଲ ଦଳ ଛାଡ଼ି ବିଜେପିରେ ମିଶିଥିଲେ । ସିଂହ ଦାବି କରିଛନ୍ତି ଯେ, ଉତ୍ତରଖଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଏପରି ମାମଲାରେ ଦଳ ବଦଳ ଯୋଗୁଁ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ସମ୍ବିଧାନର ଦଶମ ଅନୁସୂଚୀ ଏଥିପାଇଁ ଅନୁମତି ଦେଉନାହିଁ ବୋଲି ସେ କହିଥିଲେ । ଆବଶ୍ୟକ ହେଲେ ଆପ୍ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ସିଂହ କହିଛନ୍ତି । ସେହିପରି ପଞ୍ଜାବର ଆପ୍ ବିଧାୟକ ବିଜେପି ଓ ରାଘବ ଚଢ଼ାଙ୍କ ସହିତ ଯୋଗାଯୋଗରେ ଥିବା ଦାବିକୁ ମଧ୍ୟ ସିଂହ ଖାରଜ କରିଛନ୍ତି । ଏସବୁ ଗୁଜବ ଓ ମିଥ୍ୟା ସୂଚନା । ରାଘବ ଚଢ଼ା ଏପରି ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସିଂହ କହିଛନ୍ତି। ଆପ୍ ସାଂସଦ ଦଳ ପ୍ରତି ବିଶ୍ବାସଘାତକତା କରିଥିବାରୁ ପଞ୍ଜାବର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ସିଂହ କହିଛନ୍ତି ।






