ଏ.କେ ବ୍ୟୁରୋ : ବୌଦ୍ଧ ଜିଲ୍ଲା ବୀରନରସିଂହପୁର ସାଧୁଚରଣ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶ୍ରୀଯୁକ୍ତ ଟେମ୍ ଲାଲ୍ ଦୁବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଶିକ୍ଷା କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶ୍ରୀମତୀ, ପୁରାତନ ଛାତ୍ର ଏବଂ ଅଭିଭାବକମାନଙ୍କ ଉପସ୍ଥିତି ଉତ୍ସବକୁ ଆହୁରି ଗୌରବାନ୍ଵିତ କରିଥିଲା।
ବୌଦ୍ଧ ଜିଲ୍ଲା ରୁ କୃତ୍ତିବାସ ପଳିଆଙ୍କ ରିପୋର୍ଟ ଆପଣଙ୍କ ଖବର






