AK ସୁବର୍ଣ୍ଣପୁର ଜିଲ୍ଲାର ସିଂଘିଯୁବା ଛକ ନିକଟରେ ଆଜି ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ବିନିକା ପଟୁ ଆସୁଥିବା ଗୋଟିଏ କାର ଓ ଗୋଟିଏ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ବାଇକ୍ରେ ଦୁଇ ଜଣଜଣେ ଯୁବକ ଓ ଜଣେ ଯୁବତୀ ଯାଉଥିଲେ । ଧକ୍କା ଲାଗିବା ସହିତ ଦୁହେଁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ତୁରନ୍ତ ସହଯୋଗ କରି ଆହତ ଦୁହେଁକୁ ଉଦ୍ଧାର କରିଥିଲେ ।ଆହତ ଯୁବତୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବା ବେଳେ, ଗୁରୁତର ଅବସ୍ଥାରେ ଥିବା ଯୁବକଙ୍କୁ ଫାୟାର ସର୍ଭିସ ଗାଡ଼ିରେ ନେଇ ଚିକିତ୍ସାଳୟକୁ ପଠାଯାଇଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଏହି ଦୁର୍ଘଟଣା ଘଟାଇଥିବା କାରର ନମ୍ବର OD-02-CU-4891 ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୁବର୍ଣ୍ଣପୁରରୁ ଯୁଧିଷ୍ଠିର ଖମାରୀଙ୍କ ରିପୋର୍ଟ ଆପଣଙ୍କ ଖବର






