ଏ.କେ ବ୍ୟୁରୋ : ଆଧୁନିକ ଭାରତ ନୁହେଁ ରାଜାରାଜୁଡ଼ା କାଳରୁ ଭାରତର ଲୋକେ ଭାରି ସୁନା ସୌଖିନ । ଅକ୍ଷୟ ତୃତୀୟାରୁ ଆରମ୍ଭ କରି ଧନତେରସ୍ ପର୍ଯ୍ୟନ୍ତ ପ୍ରତି ପର୍ବରେ ସୁନା କିଣିବାକୁ ଯେଭଳି ଗହଣା ଦୋକାନରେ ଭିଡ଼ ଲାଗେ ସେଥିରୁ ହିଁ ଜାଣିପାରୁଥିବେ ଭାରତବାସୀ ସୁନାକୁ କେତେ ପସନ୍ଦ କରନ୍ତି । ଭାରତର ଅଧିକାଂଶ ଲୋକ ଟିକେ ସୁନା ପ୍ରିୟ । କେବଳ ଆଧୁନିକ ଭାରତ ନୁହେଁ ରାଜାରାଜୁଡ଼ା କାଳରୁ ଭାରତର ଲୋକେ ଭାରି ସୁନା ସୌଖିନ ।

ଅକ୍ଷୟ ତୃତୀୟାରୁ ଆରମ୍ଭ କରି ଧନତେରସ୍ ପର୍ଯ୍ୟନ୍ତ ପ୍ରତି ପର୍ବରେ ସୁନା କିଣିବାକୁ ଯେଭଳି ଗହଣା ଦୋକାନରେ ଭିଡ଼ ଲାଗେ ସେଥିରୁ ହିଁ ଜାଣିପାରୁଥିବେ ଭାରତବାସୀ ସୁନାକୁ କେତେ ପସନ୍ଦ କରନ୍ତି । କହିବାକୁ ଗଲେ ଶତାବ୍ଦୀ ଶତାବ୍ଦୀ ଧରି ଭାରତରେ ସୁନା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ବିବାହବ୍ରତ ହେଉ କି ଧାର୍ମିକ ପର୍ବପର୍ବାଣୀ ଉତ୍ସବ ସୁନା ଅଳଙ୍କାରର ଚମକ ପ୍ରତ୍ୟେକ ଅବସରକୁ ଆହୁରି ସ୍ୱତନ୍ତ୍ର କରିଥାଏ । ଭାରତୀୟମାନେ ସୁନାକୁ କେବଳ ଏକ ଅଳଙ୍କାର ସାମଗ୍ରୀ ଭାବରେ ନୁହେଁ ବରଂ ଏକ ନିବେଶ ଭାବରେ ମଧ୍ୟ ଦେଖିଥା’ନ୍ତି । କିନ୍ତୁ ଯେତେବେଳେ ସୁନାର ଶୁଦ୍ଧତା କଥା ଆସେ ଆମେ ପ୍ରାୟତଃ ୧୮, ୨୨, କିମ୍ବା ୨୪ କ୍ୟାରେଟ୍ ଭଳି ଶବ୍ଦ ଶୁଣିବାକୁ ପାଉ । ତେବେ ଆପଣ କେବେ ଭାବିଛନ୍ତି କି ଏହି କ୍ୟାରେଟ୍ ପ୍ରକୃତରେ କ’ଣ ଏବଂ ଏହି ମାନଦଣ୍ଡ ଅନୁଯାୟୀ ସୁନା କାହିଁକି କିଣାଯିବା ଉଚିତ ? ଯଦି ଆପଣଙ୍କ ଏ ଉପରେ ଧାରଣା ନାହିଁ ତାହେଲେ ଆସନ୍ତୁ ଜାଣିବା । ଆପଣ ମନେ ରଖିବା ଉଚିତ ଯେ କ୍ୟାରେଟ୍ ହେଉଛି ସୁନାର ଶୁଦ୍ଧତା ମାପକର ଏକ ଏକକ । ୨୪-କ୍ୟାରେଟ୍ ସୁନା ହେଉଛି ୧୦୦% ଶୁଦ୍ଧ ସୁନା ଅର୍ଥାତ୍ ଏଥିରେ ଅନ୍ୟ କୌଣସି ଧାତୁ ନାହିଁ । କିନ୍ତୁ ଖାଣ୍ଟି ସୁନା ବହୁତ ନରମ ତେଣୁ ଏହାକୁ ଅଳଙ୍କାର ପାଇଁ ଉପଯୁକ୍ତ କରିବା ପାଇଁ ଏଥିରେ ତମ୍ବା, ରୂପା କିମ୍ବା ଦସ୍ତା ଭଳି ଧାତୁ ମିଶ୍ରିତ କରାଯାଏ । ଏହି କାରଣରୁ ବଜାରରେ ୧୮-କ୍ୟାରେଟ୍ ଯାହା ୭୫% ଶୁଦ୍ଧ ଏବଂ ୨୨-କ୍ୟାରେଟ୍ ଯାହା ୯୧.୬୭ % ଶୁଦ୍ଧ ବିକଳ୍ପ ରୂପେ ଉପଲବ୍ଧ । ୨୨-କ୍ୟାରେଟ୍ ସୁନା ହେଉଛି ୨୨ ଅଂଶ ଶୁଦ୍ଧ ସୁନା ଏବଂ ଅନ୍ୟ ଏକ ଧାତୁର ୨ ଅଂଶ । ଏହାର ଅର୍ଥ ହେଉଛି ଏହା ପ୍ରାୟ ୯୨ ପ୍ରତିଶତ ଶୁଦ୍ଧ ସୁନା । ୧୮-କ୍ୟାରେଟ୍ ସୁନା ହେଉଛି ୧୮ ଅଂଶ ଶୁଦ୍ଧ ସୁନା କିମ୍ବା ୭୫ ପ୍ରତିଶତ ଶୁଦ୍ଧ ସୁନା ।






