ଏ.କେ. ବ୍ୟୁରୋ : ବାତ୍ୟା ଦ୍ୱନ୍ଦ୍ୱ ଭିତରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ମେ ୧୦ ବା ୧୧ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ହୋଇପାରେ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖରେ ସୃଷ୍ଟି ହୋଇଛି ଏହି ଘୂର୍ଣ୍ଣିବଳୟ।
ସମୁଦ୍ର ପତ୍ତନରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ଏହି ଘୂର୍ଣ୍ଣିବଳୟ। ଏନେଇ ବିଶ୍ୱ ପାଣିପାଗ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ୱ ବଢ଼ୁଥିବା ବେଳେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱ ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।

ଅବଶ୍ୟ ଏହି ଘୂର୍ଣ୍ଣିବଳୟ କେବେ ଘନୀଭୂତ ହେବ ଏହା ପରେ ସ୍ପଷ୍ଟ ହେବ। ତଥାପି ଏହା ୧୦/୧୧ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ରାଜ୍ୟରେ ଏବେ ଟ୍ରାପ ଲାଇନ ପ୍ରଭାବ ରହିଛି। ଏହାର ପ୍ରଭାବ ୧୧ ତାରିଖ ପର୍ଯ୍ୟନ୍ତ ରହିବ। ଏହାପରେ ଏହି ଘୂର୍ଣ୍ଣିବଳୟର ଦିଗ ଜଣାପଡ଼ିବ ବୋଲି ବିଶେଷଜ୍ଞ କହିଛନ୍ତି। ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହେବ।






