ଏ.କେ ବ୍ୟୁରୋ : ସ୍ମାର୍ଟୱାଚ୍ ପିନ୍ଧିଲେ ହେବ କି କ୍ୟାନ୍ସର? ଏହାକୁ ନେଇ ବିଭିନ୍ନ ତଥ୍ୟ , ଅଧ୍ୟୟନ ଦେଖିବାକୁ ମିଳୁଛି ଯାହା ଲୋକଙ୍କ ଭ୍ରମିତ କରୁଛି । ତେଣୁ ଆଜି ଏହାକୁ ନେଇ ସଂକ୍ଷେପରେ ଜାଣିବା ସତରେ କ’ଣ ସ୍ମାର୍ଟ ୱାଚ୍ ପିନ୍ଧିଲେ ହେବ କ୍ୟାନ୍ସର? ଏହା ପଛରେ କ’ଣ ରହିଛି ସତ? ଆଜିକା ଦିନରେ ସ୍ମାର୍ଟୱାଚ୍ ଏବଂ ଏହାର ଫିଟନେସ୍ ବ୍ୟାଣ୍ଡ୍ ଅଧିକାଂଶ ଲୋକଙ୍କ ପାଇଁ ଜରୁରି ଫ୍ୟାସନରେ ପରିଣତ ହୋଇଛି ।

ଲୋକେ ଏହାକୁ କେବଳ ସମୟ ଦେଖିବା ନୁହେଁ ବରଂ ନିଜ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ବ୍ୟବହାର କରୁଛନ୍ତି । ହାର୍ଟବିଟ୍ ସହ ନିଦ , ଚାଲିବାର ଗତି କ୍ୟାଲୋରି ବର୍ଣ୍ଣ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସ୍ମାର୍ଟୱାଚରେ ଉପଲବ୍ଧ ହେଉଛି । ବର୍ତ୍ତମାନ ସମୟରେ ସ୍ମାର୍ଟ ୱାଚର ବର୍ଦ୍ଧିତ ବ୍ୟବହାରକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଏହାପରେ ଲୋକଙ୍କ ମନରେ ପ୍ରଶ୍ନ , ସ୍ମାର୍ଟୱାଚ୍ ପିନ୍ଧିଲେ ହେବ କି କ୍ୟାନ୍ସର? ଇଣ୍ଟରନେଟରେ ଏହାକୁ ନେଇ ବିଭିନ୍ନ ତଥ୍ୟ , ଅଧ୍ୟୟନ ଦେଖିବାକୁ ମିଳୁଛି ଯାହା ଲୋକଙ୍କ ଭ୍ରମିତ କରୁଛି । ତେଣୁ ଆଜି ଏହାକୁ ନେଇ ସଂକ୍ଷେପରେ ଜାଣିବା ସତରେ କ’ଣ ସ୍ମାର୍ଟ ୱାଚ୍ ପିନ୍ଧିଲେ ହେବ କ୍ୟାନ୍ସର? ଏହା ପଛରେ କ’ଣ ରହିଛି ସତ? ସ୍ମାର୍ଟୱାଚ୍ ମୁଖ୍ୟତଃ ସ୍ମାର୍ଟଫୋନ୍ ସହ କନେକ୍ଟ ହେବା ପାଇଁ ବ୍ଲୁଟୁଥ୍ ଏବଂ ୱାଇ-ଫାଇ ଭଳି ୱାୟରଲେସ୍ ସିଗନାଲ୍ ବ୍ୟବହାର କରିଥାଏ । ଏଥିରୁ ବାହାରୁଥିବା ତରଙ୍ଗକୁ ‘ନନ୍-ଆୟୋନାଇଜିଂ ରେଡିଏସନ୍’ କୁହାଯାଏ । ବିଶେଷଜ୍ଞଙ୍କ ମତରେ, ଏହି ରେଡିଏସନ୍ ଏତେ ଶକ୍ତିଶାଳୀ ନୁହେଁ ଯେ ଏହା ଆମ ଶରୀରର DNAକୁ ନଷ୍ଟ କରି କ୍ୟାନ୍ସର ସୃଷ୍ଟି କରିପାରିବ । ସ୍ମାର୍ଟୱାଚରୁ ନିର୍ଗତ ହେଉଥିବା ରେଡିଏସନ୍ ସ୍ତର ମୋବାଇଲ୍ ଫୋନ୍ ତୁଳନାରେ ମଧ୍ୟ ଯଥେଷ୍ଟ କମ୍ । ତେଣୁ କେବଳ ସିଗନାଲ୍ ଯୋଗୁଁ କ୍ୟାନ୍ସର ହେବାର କୌଣସି ଠୋସ୍ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ । ସାମ୍ପ୍ରତିକ ଗବେଷଣା ଅନୁଯାୟୀ, କ୍ୟାନ୍ସର ଭୟ ସ୍ମାର୍ଟୱାଚର ‘ଟେକ୍ନୋଲୋଜି’ ପାଇଁ ନୁହେଁ, ବରଂ ଏହାର ‘ଷ୍ଟ୍ରାପ୍’କୁ ନେଇ ଦେଖାଦେଇଛି । ଅନେକ ନାମୀଦାମୀ ବ୍ରାଣ୍ଡ ସେମାନଙ୍କ ୱାଚ୍ ଷ୍ଟ୍ରାପରେ ସିନ୍ଥେଟିକ୍ ରବର ବା ‘ଫ୍ଲୁରୋଏଲାଷ୍ଟୋମର୍ସ’ ବ୍ୟବହାର କରନ୍ତି ।
ଏହି ସାମଗ୍ରୀରେ PFAS (Per- and polyfluoroalkyl substances) ନାମକ ଏକ କେମିକାଲ୍ ଗ୍ରୁପ୍ ରହିଥାଏ । ଏହାକୁ ‘ଫରେଭର୍ କେମିକାଲ୍ସ’ ମଧ୍ୟ କୁହାଯାଏ, କାରଣ ଏହା ପରିବେଶରେ କିମ୍ବା ମଣିଷ ଶରୀରରେ ସହଜରେ ନଷ୍ଟ ହୁଏନାହିଁ । ଏହାର ଏକ ପ୍ରକାର ହେଉଛି PFHxA, ଯାହାକୁ ନେଇ ବର୍ତ୍ତମାନ ଚିନ୍ତା ପ୍ରକଟ କରାଯାଉଛି । କୁହାଯାଉଛି କି, ଦୀର୍ଘ ସମୟ ଧରି ଏହି କେମିକାଲ୍ ସଂସ୍ପର୍ଶରେ ଆସିଲେ ଶରୀରରେ ହର୍ମୋନ୍ ଅସନ୍ତୁଳନ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ, କିନ୍ତୁ କ୍ୟାନ୍ସର ସହ ଏହାର ସିଧାସଳଖ ସମ୍ପର୍କ ଏବେ ବି ଗବେଷଣା ସାପେକ୍ଷ । କ୍ୟାନ୍ସର ଏକ ବଡ଼ ରୋଗ ହୋଇଥିବା ବେଳେ, ଡାକ୍ତରମାନେ ସ୍ମାର୍ଟୱାଚ୍ ୟୁଜର୍ସଙ୍କ କ୍ଷେତ୍ରରେ କିଛି ସାଧାରଣ ସମସ୍ୟା ଲକ୍ଷ୍ୟ କରିଛନ୍ତି । ଷ୍ଟ୍ରାପ୍ର ସାମଗ୍ରୀ ଯୋଗୁଁ ସ୍କିନ୍ ଆଲର୍ଜ ଯେପରିକି କୁଣ୍ଡେଇ ହେବା ବା ଲାଲ୍ ପଡ଼ିଯିବା । ଷ୍ଟ୍ରାପ୍ ତଳେ ଝାଳ ଏବଂ ମଇଳା ଜମି ରହିବା ଦ୍ୱାରା ବ୍ୟାକ୍ଟେରିଆ ବଢ଼ିଥାନ୍ତି । ଅଧିକ ଟାଇଟ୍ କରି ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନରେ ବାଧା ଏବଂ ଚର୍ମରେ ଦାଗ ପଡ଼ିବା ।






