AK ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ବିରୋଧୀ ଦଳନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଚିଠିରେ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ନିର୍ମମ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଚିଠିରେ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ । ସୂଚନା ଅନୁଯାୟୀ, ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସାନ ଭାଇ ଆକ୍ରମଣ କରି ହତ୍ୟା କରିଥିଲେ । ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ମନକୁ ଆଘାତ ଦେଇଥିବା ସେ କହିଛନ୍ତି । ବିରୋଧୀ ଦଳନେତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର ଆଇନୁଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି । ସେହିପରି ଘଟଣାର ସାକ୍ଷୀ ହୋଇଥିବା ୩ ବର୍ଷର ଶିଶୁକୁ ତୁରନ୍ତ ରାଜ୍ୟ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି । ଏହା ସହ ମହିଳା ଧାରଣାରେ ବସିଥିବା ସମୟରେ ପୋଲିସ ପକ୍ଷରୁ ପୂର୍ବରୁ କାହିଁକି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇନଥିଲା, ସେନେଇ ମଧ୍ୟ ତଦନ୍ତ କରିବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।






