ଏ.କେ ବ୍ୟୁରୋ : ହାୟାବୁସା ବାଇକରୁ ଜଣେ ଚଳାଉଥିବା ବେଳେ ଆଉ ଜଣେ ତାଙ୍କ ପଛରେ ବସିଥିଲେ। ସେମାନେ ପ୍ରାୟ ୧୪୦ କିମି ବେଗରେ ବାଇକକୁ ନେଉଥିଲେ। ଏତିକି ବେଳେ ବାଇକର ଧକ୍କା ଗୋଟିଏ କାର ସହ ହୋଇଥିଲା। ବିଳମ୍ବିତ ରାତିରେ ଚାଲିଥିଲା ବାଇକ ରେସିଂ। ଏଥିରେ ସାମିଲ ହୋଇଥିଲା ଅତ୍ୟନ୍ତ ଦାମୀ ତଥା ଦ୍ରୁତଗାମୀ ବାଇକ ହାୟାବୁସା। ରେସିଂରେ ସମସ୍ତଙ୍କୁ ଜଳକା କରିବାକୁ ହାୟାବୁସା ଚାଳକ ଘଣ୍ଟା ପ୍ରତି ୧୪୦ ବେଗରେ ଏହାକୁ ଚଳାଉଥିଲେ। ହେଲେ ହଠାତ୍ ବାଇକ ଉପରୁ ଚାଳକ ଜଣଙ୍କ ହରାଇଥିଲେ ନିୟନ୍ତ୍ରଣ। ଶେଷରେ ବାଇକଟି ସିଧା ଯାଇ ଗୋଟିଏ କାରରେ ପିଟି ହୋଇଥିଲା। ଏଥିଯୋଗୁ ୫ ଜଣଙ୍କ ଜୀବନ ଚାଲି ଯାଇଛି। ତେଲଙ୍ଗାନାର ମାହାବୁବନଗର ଅଞ୍ଚଳରେ ଥିବା ପାଲାକୋଣ୍ଡା ବାଇପାସରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, ହାୟାବୁସା ବାଇକରୁ ଜଣେ ଚଳାଉଥିବା ବେଳେ ଆଉ ଜଣେ ତାଙ୍କ ପଛରେ ବସିଥିଲେ। ସେମାନେ ପ୍ରାୟ ୧୪୦ କିମି ବେଗରେ ବାଇକକୁ ନେଉଥିଲେ। ଏତିକି ବେଳେ ବାଇକର ଧକ୍କା ଗୋଟିଏ କାର ସହ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରରେ ଥିବା ଗୋଟିଏ ପରିବାରର ୩ ଜଣ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ସେମାନେ ହେଲେ ଅର୍ଶିୟା ବେଗମ(୩୦), ଉଜେପା(୭) ଓ ୨ ବର୍ଷର ଅମର। ଦୁର୍ଘଟଣା ପରେ ବାଇକରେ ଥିବା ୨ ଯୁବକଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ହାୟାବୁସା ଚଳାଉଥିବା ଯୁବକ ଜଣଙ୍କ ହେଲେ ୨୫ ବର୍ଷୀୟ ୟାକୁବ ଅଫଜଲ। କିନ୍ତୁ ତାଙ୍କ ପଛରେ ବସିଥିବା ଯୁବକଙ୍କ ପରିଚୟ ଏଯାଏ ମିଳିଛି।
ହାୟାବୁସା ଏମିତି ଏକ ବାଇକ ଯାହା ଘଣ୍ଟା ପ୍ରତି ୩୦୦ କିମି ସ୍ପିଡରେ ଯିବାକୁ ସକ୍ଷମ। ବିଶ୍ୱର ଅନ୍ୟତ୍ର ଦ୍ରୁତତମ ବାଇକ ମଧ୍ୟରୁ ହାୟାବୁସା ଅନ୍ୟତମ।
ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଏହି ବାଇପାସରେ ରାତି ସମୟରେ ପ୍ରାୟତଃ ବାଇକ ରେସିଂ ହୋଇଥାଏ। ଯୁବକମାନେ ଏଠାରେ ବିଭିନ୍ନ ପ୍ରକାରର ଷ୍ଟଣ୍ଟ ମଧ୍ୟ ଦେଖାନ୍ତି। ଏନେଇ ସ୍ଥାନୀୟ ଲୋକ ବାରମ୍ବାର ପୁଲିସରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳୁ ନଥିବା ସେମାନେ କହିଛନ୍ତି।
ଏଥିସହ ଆଗକୁ ଆହୁରି ଅନେକ ଜୀବନ ଯିବା ପୂର୍ବରୁ ପୁଲିସ୍କୁ ପ୍ୟାଟ୍ରୋଲିଂ ବ୍ୟବସ୍ଥା କଡ଼ା କଡ଼ି କରିବାକୁ ମଧ୍ୟ କୁହାଯାଇଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ଅଧିକ ମାତ୍ରାhttp://ସେହିପରି ସ୍ଥାନୀୟ ଅଞ୍ଚଳରେ ଅଧିକ ମାତ୍ରାରେ ସିସିଟିଭି ଫୁଟେଜ ଓ ସ୍ପିଡ ଗନ୍ସ ମଧ୍ୟ ଲଗାଇବାକୁ ଦାବି ହୋଇଛି।ରେ ସିସିଟିଭି ଫୁଟେଜ ଓ ସ୍ପିଡ ଗନ୍ସ ମଧ୍ୟ ଲଗାଇବାକୁ ଦାବି ହୋଇଛି।






