AK ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଘଣ୍ଟାରୁ କମ୍ ସମୟ ହେବ ନେଲେ ୟୁଟର୍ଣ୍ଣ । ସମ୍ଭବତଃ ତାଙ୍କୁ ଭୁଲର ଅନୁଭବ ହୋଇଛି । ଏବେ ସେ ଭାରତକୁ ଏକ ମହାନ ଦେଶ କହିଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଘଣ୍ଟାରୁ କମ୍ ସମୟ ହେବ ନେଲେ ୟୁଟର୍ଣ୍ଣ। ସମ୍ଭବତଃ ତାଙ୍କୁ ଭୁଲର ଅନୁଭବ ହୋଇଛି । ଏବେ ସେ ଭାରତକୁ ଏକ ମହାନ ଦେଶ କହିଛନ୍ତି। ସେ ଗୁରୁବାର ଭାରତର ପ୍ରଶଂସା କର କହିଛନ୍ତି , ଏହି ଦେଶର ନେତୃତ୍ୱ ଆମ ଜଣେ ବହୁତ ଭଲ ବନ୍ଧୁ । ଏହା ପୂର୍ବ ଦିନରେ , ଟ୍ରମ୍ପ ଆମେରିକୀୟ ରାଜନୀତିକ ବିଶ୍ଳେଷକ ତଥା ରେଡିଓ ହୋଷ୍ଟ ମାଇକେଲ ସେଭେଜଙ୍କ ପଡକାଷ୍ଟରୁ ଏକ ଜାତିଗତ ଟିପ୍ପଣୀକୁ ରିପୋଷ୍ଟ କରିଥିଲେ , ଯେଉଁଥିରେ ସେ ଭାରତ, ଚୀନ ଓ ଅନ୍ୟ ଦେଶ ଗୁଡ଼ିକୁ ହେଲ୍-ହୋଲ୍ (ନରକର ଦ୍ୱାର) କହି ଥିଲେ ।

ନୂଆଦିଲ୍ଲୀରେ ୟୁଏସ ଦୂତାବାସର ପ୍ରବକ୍ତା କ୍ରିଷ୍ଟୋଫର ଏଲମ୍ସ କହି ଥିଲେ ଯେ, ରିପବ୍ଲିକାନ ନେତା ଭାରତ ବିଷୟରେ ଖୁବ୍ ଉତ୍ତମ କଥା କହିଛନ୍ତି । ଏହାକୁ ଏକ ମହାନ ରାଷ୍ଟ୍ର ଭାବେ ଦର୍ଶାଇବା ସହ କହିଛନ୍ତି ଭାରତର ଲିଡରଙ୍କ ସହ ତାଙ୍କର ରହିଛି ବ୍ୟକ୍ତିଗତ ବନ୍ଧୁତା । ଟ୍ରମ୍ପ କହିଛନ୍ତି-ଭାରତ ଏକ ମହାନ ଦେଶ , ଯାହାର ମୁଖ୍ୟଙ୍କ ସହ ମୋର ଭଲ ବନ୍ଧୁତା ରହିଛି । ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଟ୍ରମ୍ପ ସେଭେଜଙ୍କ ପଡକାଷ୍ଟ ‘ସେଭେଜ ନେସନ’ ର ଟ୍ରାନ୍ସକ୍ରିପ୍ଟ ଓ ଭିଡ଼ିଓ ସେୟାର କରିଥିଲେ , ଯେଉଁଥିରେ ସେ ଜନ୍ମସିଦ୍ଧ ନାଗରିକତା ଉପରେ ୟୁଏସ ସୁପ୍ରିମକୋର୍ଟର ତର୍କର କଡ଼ା ସମାଲୋଚନା କରି ଥିଲେ । ୟୁଏସର ଜନ୍ମସିଦ୍ଧ ନାଗରିକତା ଆଇନରେ ପରିବର୍ତ୍ତନର ଦାବି କରି ନିଜର ଜାତିଗତ ବିବୃତ୍ତିରେ, ସେଭେଜ ଅଭିଯୋଗ କହିଥିଲେ ଯେ, ଏହି ଦୁଇ ଏସିଆନ ଦେଶର ଲୋକେ ୟୁଏସରେ ‘୯ମାସରେ ଶିଶୁ ଜନ୍ମ କରିବା’କୁ ଆସନ୍ତି , ଏବଂ ଏହି ଆଇନ ତାଙ୍କୁ ତୁରନ୍ତ ୟୁଏସର ନାଗରିକତା କରିଦିଏ । ଟ୍ରମ୍ପ ତାଙ୍କର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ଚିଠି ସେୟାର କରି ଏହି ଦେଶ ଗୁଡ଼ିକ ପାଇଁ ଆପତ୍ତିଜନକ ଶବ୍ଦର ଉପଯୋଗ କରିଥିଲେ ଏବଂ ଜନ୍ମସିଦ୍ଧ ନାଗରିକତା ସହ ଅନେକ ଆମେରିକୀୟ ନାଗରିକତା ଆଇନର ସମାଲୋଚନା କରି ଥିଲେ। ଚିଠିରେ କାଲିଫର୍ଣ୍ଣିଆର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଯୁକ୍ତି ଗୁଡ଼ିକୁ ନେଇ ଦାବି କରାଯାଇଛି ଯେ, ସେଠାର ଭାରତ ଓ ଚୀନରୁ ଆସିଥିବା ଲୋକଙ୍କର ପ୍ରଭାବ ରହିଛି , ହେଲେ ଏହାର ସମର୍ଥନରେ କୌଣସି ପ୍ରମାଣ ପ୍ରସ୍ତୁତ କରାଯାଇ ନାହିଁ । ଚିଠିର ମୁଖ୍ୟ ବିଷୟ ଜନ୍ମସିଦ୍ଧ ନାଗରିକତାର ନୀତି , ଯାହା ଅନୁସାରେ, ଆମେରିକାରେ ଜନ୍ମ ନେଉଥିବା ପିଲାଙ୍କୁ ନାଗରିକତା ମିଳିଥାଏ । ଏଥିରେ ଅଭିଯୋଗ ଲଗାଯାଇଛି ଯେ, ଏହି ପ୍ରାବଧାନର ଉପଯୋଗ କରି ପ୍ରବାସୀ ନିଜର ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଏହି ଦେଶକୁ ଡାକି ଆଣନ୍ତି ।






