AK ଯେଉଁଠି ୭ ବର୍ଷ ହେଲାଣି ଛିଣ୍ଡା ଜରିପାଲ ତଳେ ଅସହାୟ ହୋଇ ପଡ଼ିଛନ୍ତି ୩ ପରିବାର। ନିଜ ଦୁଃଖ ନେଇ ସରକାରୀ ଅଫିସ୍ ଧାଇଁଛନ୍ତି, ଅଭିଯୋଗ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପକ୍କା ଘରଟିଏ ମିଳିପାରିନି । ଖାଦ୍ୟ, ବସ୍ତ୍ର, ବାସଗୃହ ଜଣେ ମଣିଷର ମୌଳିକ ଆବଶ୍ୟକତା । ସରକାର ବି କହୁଛନ୍ତି ସମସ୍ତଙ୍କ ମୁଣ୍ଡ ଉପରେ ରହିବ ଛାତ । କିନ୍ତୁ ଏ ସବୁ ଖାଲି ବଡ଼ ବଡ଼ ଭାଷଣ ପରି ମନେ ହେଉଛି । ଯେଉଁଠି ୭ ବର୍ଷ ହେଲାଣି ଛିଣ୍ଡା ଜରିପାଲ ତଳେ ଅସହାୟ ହୋଇ ପଡ଼ିଛନ୍ତି ୩ ପରିବାର। ନିଜ ଦୁଃଖ ନେଇ ସରକାରୀ ଅଫିସ୍ ଧାଇଁଛନ୍ତି, ଅଭିଯୋଗ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପକ୍କା ଘରଟିଏ ମିଳିପାରିନି ।

ଝାଟିମାଟି କାନ୍ଥ..ଉପରେ ଛିଣ୍ଡା ଜରିପାଲ..ଏଇ ହିଁ ୩ ପରିବାରର ଠିକଣା…ଖରା ହେଉ କି ବର୍ଷା ତମ୍ବୁ ତଳ ଏକମାତ୍ର ଭରସା , ଡହଡହ ଖରାରେ ପାଲ ତଳେ ହୁଏ ଭବିଷ୍ୟତ ଗଢ଼ା… ଆଜିର ନୁହେଁ, ଏ ସଂଘର୍ଷ ୭ ବର୍ଷର। ଆବାସ ଯୋଜନା ଏମାନଙ୍କ ପାଇଁ ଉପହାସ , ସରକାରୀ ବାବୁଙ୍କ ପାଇଁ ଗାଁ ଅପହଞ୍ଚ । କାରଣ ବାରମ୍ବାର ଅଭିଯୋଗ ହୋଇଛି, କିନ୍ତୁ ଗରିବର ହାତଲେଖା ଅଭିଯୋଗ ପତ୍ର ଫାଇଲ ତଳେ ଚାପି ହୋଇ ରହିଯାଇଛି । ଆଉ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି କଣାସ ଗଙ୍ଗାଧରପୁର ଗାଁର କାଗଜି ବେହେରା , ତରୁଣୀ ବେହେରା , କବିତା ବେହେରା ସମସ୍ତଙ୍କ ସ୍ବାମୀ ମତ୍ସ୍ୟଜୀବୀ । ଚିଲିକାରେ ସାହୁକାର ନିକଟରେ ମାଛ ଧରା କାମ କରନ୍ତି । ଭାରି କଷ୍ଟରେ ପରିବାର ଚଳେ । ସେଥିପାଇଁ ଘରଟିଏ କରିବା ସମ୍ଭବ ହୋଇନି । ଅଧିକ ଗରମ ହେଲେ ଗଛ ମୂଳ ବର୍ଷା ପବନ ହେଲେ ପଡ଼ିଶା ଘର ବାରଣ୍ଡା ଏମାନଙ୍କ ସାହା ଭରସା। ମୁଣ୍ଡ ଫଟା ଖରାରେ ଛତା ଧରି କାଠ ଚୁଲିରେ ରୋଷେଇ କରନ୍ତି ମହିଳା। ନେତା ମାନେ ଭୋଟ୍ ବେଳେ ମନେପକାନ୍ତି। ଭୋଟ ସରିଲେ ତମେ କିଏ ଆମେ କିଏ ? ନିକଟରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ ଅଧିକାରୀ ଯେତବେଳେ ଏଇ ଭଙ୍ଗା କୁଡ଼ିଆ ନିକଟକୁ ଆସିବେ ଏହି ୩ ପରିବାର ସହ ଆଖି ମିଶାଇପାରିବେ ତ’ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।






