ଏ.କେ ବ୍ୟୁରୋ : ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କର ବିଭିନ୍ନ ଅସୁବିଧା ଗୁଡିକ ଲାଗିରହିଅଛି l ଏହାର ସମାଧାନ କରିବା ନିମନ୍ତେ ଓଡିଶା ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି l

ଗୋଟିଏ ଷ୍ଟାଣ୍ଡିଙ୍ଗ କମିଟି ବସେଇ ଜଣେ ଅଧିକାରୀଙ୍କୁ ନୋଡାଲ ଦାୟିତ୍ୱ ଦେଇ କର୍ମଚାରୀ ମାନଙ୍କର ଅସୁବିଧା ଗୁଡିକର ଅନୁଧ୍ୟାନ କରି ସମାଧାନ କରିବା ନିମନ୍ତେ ପ୍ରତିନିଧି ଦଳ ଜିଲ୍ଲାପାଳ ମହୋଦୟଙ୍କ ଦୃଷ୍ଟିଆକର୍ଷଣ କରିଥିଲେ l ଜିଲ୍ଲାପାଳ ମହୋଦୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରି ଏକ ଷ୍ଟାଣ୍ଡିଙ୍ଗ କମିଟି ବସେଇ ପ୍ରଶାସନ ଓ ଜିଲ୍ଲାର କର୍ମଚାରୀ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ପୂର୍ବକ ଅସୁବିଧା ଗୁଡିକ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ l ଉକ୍ତ ପ୍ରତିନିଧି ଦଳରେ ସଭାପତି ଶମ୍ଭୁ ଗିରି, ଅଧ୍ୟକ୍ଷ ସଂଜୀବ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଅନିଲ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଡମ୍ବରୁଧର ବେହେରା,କୋଷାଧକ୍ଷ ସଂସାର ଅମାତ, ଉପଦେଷ୍ଟା ବିରେନ କୁମାର ଦାସିଆ, କାର୍ଯ୍ୟକାରୀ ସଦସ୍ୟ ରାଜକୁମାର ପ୍ରଧାନ ଓ ଅନିତା ହୋତା ପ୍ରମୁଖ ଉପସ୍ଥିତ ଥିଲେ l






