AK ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ PTC ଛକ ନିକଟରେ ମହିଳାଙ୍କୁ ଛୁରା ମାଡ଼ । ଏକ ବାଇକ ଶୋରୁମ୍ରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଛୁରାମାଡ଼। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ PTC ଛକ ନିକଟରେ ମହିଳାଙ୍କୁ ଛୁରା ମାଡ଼। ଏକ ବାଇକ ଶୋରୁମ୍ରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଛୁରାମାଡ଼। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ମହିଳା ଜଣଙ୍କ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଅଞ୍ଚଳର ଲିଟୁ ବେହେରାଙ୍କ ସ୍ତ୍ରୀ ତୁଳସୀ ବେହେରା ବୋଲି ଜଣା ପଡିଛି । ତୁଳସୀଙ୍କ ମାଙ୍କ ଅଭିଯୋଗ ଅନୁସାରେ, ତୁଳସୀ ଏବଂ ଲିଟୁ କିଛି ବର୍ଷ ତଳେ ବିବାହ କରିଥିଲେ। କୌଣସି କାରଣରୁ ଦୁହେଁ କିଛି ଦିନ ହେବ ଅଲଗା ରହୁଥିଲେ । ତୁଳସୀ ତାଙ୍କ ମାଙ୍କ ସହ ରହି PTC ଛକ ନିକଟରେ ଥିବା ବାଇକ ଶୋରୁମରେ କାର୍ଯ୍ୟ କରନ୍ତି । ଲିଟୁ ଶୋରୁମକୁ ଯାଇ ତୁଳସୀଙ୍କ ସହ ଝଗଡା କରୁଥିଲେ । ଆଜି ବି ଲିଟୁ ଶୋରୁମକୁ ଯାଇ ଝଗଡ଼ା କରିଥିଲେ। ଝଗଡ଼ାରେ ଉତକ୍ଷୀପ୍ତ ହୋଇ ଏକ ଛୁରା ବାହାର କରି ତୁଳସୀଙ୍କ ମୁହଁ ଓ ପେଟକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଛି। ଫଳରେ ତୁଳସୀ ଗୁରୁତର ହୋଇଛନ୍ତି। ତୁଳସୀଙ୍କ ଅଭିଯୋଗ ଅନୁସାରେ ପୁଲିସ ଲିଟୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।






