AK ଲଗାତାର ଦୁଇ ସପ୍ତାହ ଅସହ୍ୟ ତାତି ପରେ ଆଜିଠୁ କମିବ । ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିବା ବେଳେ ପଶ୍ଚିମ ଓଡ଼ିଶା ଏବେ ବି ଜଳୁଛି । ସେପଟେ ପାଣିପାଗ ବିଭାଗର ଆକଳନ ୨୮ରୁ ବଦଳିବ ପାଗ । ଲଗାତାର ଦୁଇ ସପ୍ତାହ ଅସହ୍ୟ ତାତି ପରେ ଆଜିଠୁ କମିବ । ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିବା ବେଳେ ପଶ୍ଚିମ ଓଡ଼ିଶା ଏବେ ବି ଜଳୁଛି । ସେପଟେ ପାଣିପାଗ ବିଭାଗର ଆକଳନ ୨୮ରୁ ବଦଳିବ ପାଗ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ ଉତ୍ତପ୍ତ ବାୟୁ ବାୟୁମଣ୍ଡଳରେ ପ୍ରବେଶ କରି ପ୍ରତିକ୍ରିୟାଶୀଳ ହୋଇ ବିପଦଜନକ କାଳ ବୈଶାଖୀ ପ୍ରକ୍ରିୟା ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ରାଜ୍ୟରେ ଆଗାମି ୫ଦିନ ଯାଏ ରାଜ୍ୟରେ ଲାଗି ରହିବ କାଳ ବୈଶାଖୀ ବର୍ଷା । ବିଭିନ୍ନ ସ୍ଥାନରେ ବଡ଼ ବର୍ଷା ହେବାର ଆଶଙ୍କା ରହିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏପ୍ରିଲ ୨୮ରୁ ମେ’ ୨ ତାରିଖ ପର୍ୟ୍ୟନ୍ତ କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ହଳଦିଆ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର । ଏହାସହ କୋରାପୁଟ, ରାୟଗଡ଼ା, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ସର୍ବାଧିକ ୬୬ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅନ୍ୟପଟରେ ରାଇରଙ୍ଗପୁରରେ କାଳବୈଶାଖୀ ବର୍ଷା । ପ୍ରବଳ ପବନ ଓ କୁଆ ପଥର ବୃଷ୍ଟି ହୋଇଛି ।
ସହର ସହିତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । ପ୍ରବଳ ବେଗରେ ପବନ ବହିବା ସହିତ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା । ପବନ ତୀବ୍ର ବେଗରେ ବହିବା ଯୋଗୁଁ ରାଇରଙ୍ଗପୁର ସହରର ବିଜୁପଟ୍ଟନାୟକ ମାର୍ଗ କଡ଼ରେ ଥିବା ଏକ ବଡ଼ ଗଛ ରାସ୍ତା ଉପରେ ପଡ଼ି ଯାଇଥିଲା । ସେହିପରି ଅଁଳାଡୁଡା ଦେଇ ଯାଇଥିବା ରାଜ୍ୟ ରାଜପଥ ଉପରେ ଦୁଇଟି ଗଛ ଭାଙ୍ଗି ପଡିଥିଲା । ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତୁରନ୍ତ ଗଛ ଗୁଡ଼ିକୁ କାଟି ରାସ୍ତା ଅବରୋଧ ହଟାଇଥିଲେ । ପ୍ରବଳ ଗରମ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । କାଳବୈଶାଖୀ ଜନିତ ବର୍ଷା ରାଇରଙ୍ଗପୁର ବାସୀଙ୍କୁ ପ୍ରବଳ ତାତିରୁ ସାମାନ୍ୟ ଆଶ୍ବସ୍ତି ଦେଇଛି ।






