AK ଆମେରିକୀୟ ସାମରିକ ବିମାନ କେସି-୧୩୫ ଷ୍ଟାଷ୍ଟ୍ରୋଟ୍ୟାଙ୍କର ହର୍ମୁଜ ପ୍ରଣାଳୀ ନିକଟରେ ଗଲ୍ଫ ଅଞ୍ଚଳ ଉପରେ ଉଡୁଥିବା ସମୟରେ ଯୋଗାଯୋଗ ହରାଇଥିବା ଜଣାପଡ଼ିଛି । ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଦର୍ଶାଉଛି ଯେ ବିମାନଟି ଏକ ୭୭୦୦ ଜରୁରୀକାଳୀନ କୋଡ ପଠାଇଥିଲା । ଏହି କୋଡ ପାଇଲଟମାନେ ଏକ ଗମ୍ଭୀର ସମସ୍ୟା ସୂଚାଇବା ପାଇଁ ବ୍ୟବହାର କରୁଥିବା ଏକ ବିଶ୍ୱବ୍ୟାପୀ ସଙ୍କେତ ।

ଆମେରିକୀୟ ସାମରିକ ବିମାନ କେସି-୧୩୫ ଷ୍ଟାଷ୍ଟ୍ରୋଟ୍ୟାଙ୍କର ହର୍ମୁଜ ପ୍ରଣାଳୀ ନିକଟରେ ଗଲ୍ଫ ଅଞ୍ଚଳ ଉପରେ ଉଡୁଥିବା ସମୟରେ ଯୋଗାଯୋଗ ହରାଇଥିବା ଜଣାପଡ଼ିଛି । ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଦର୍ଶାଉଛି ଯେ ବିମାନଟି ଏକ ୭୭୦୦ ଜରୁରୀକାଳୀନ କୋଡ ପଠାଇଥିଲା । ଏହି କୋଡ ପାଇଲଟମାନେ ଏକ ଗମ୍ଭୀର ସମସ୍ୟା ସୂଚାଇବା ପାଇଁ ବ୍ୟବହାର କରୁଥିବା ଏକ ବିଶ୍ୱବ୍ୟାପୀ ସଙ୍କେତ । କିଛି ସମୟ ପରେ, ବିମାନଟି କତାର ଆକାଶ ମାର୍ଗ ନିକଟରେ ରାଡାରରୁ ଉଭାନ ହୋଇଯାଇଥିଲା । ଏହି ବିମାନ ଆକାଶରେ ଇନ୍ଧନ ଭରିବା କାର୍ଯ୍ୟ କରିଥାଏ । ତେଣୁ ଏହାକୁ ଉଡ଼ନ୍ତା ପେଟ୍ରୋଲ୍ ପମ୍ପ ମଧ୍ୟ କୁହାଯାଇଥାଏ । ରିପୋର୍ଟ ଅନୁଯାୟୀ, ଜରୁରୀକାଳୀନ ସତର୍କ ସୂଚନା ପଠାଇବା ସମୟରେ ବିମାନଟି ଆକାଶରେ ଇନ୍ଧନ ଭର୍ତ୍ତି କାର୍ୟ୍ୟ କରୁଥିଲା । ଏହା ପରେ ଦିଗ ପରିବର୍ତ୍ତନ କରି ତଳକୁ ଓହ୍ଲାଇବା ଆରମ୍ଭ କରିଥିଲା, ସମ୍ଭବତଃ ଏକ ସାମରିକ ଘାଟି ଆଡକୁ ମୁହାଁଇଥିଲା ବୋଲି ଅନୁମାନ କରାଯାଉଛି । ଜରୁରୀକାଳୀନ ସଙ୍କେତ ପଠାଇବାର ପ୍ରାୟ ଗୋଟିଏ ଘଣ୍ଟା ପରେ, ବିମାନର ଟ୍ରାକିଂ ସିଗନାଲ୍ ସମ୍ପୂର୍ଣ୍ଣ ଭାବରେ ରାଡାରରୁ ଉଭାନ ହୋଇଯାଇଥିଲା ।






