AK ରାୟଗଡ଼ାରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି ବୈଠକରେ ।ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ମାନେ ଯୋଗଦେଇଥିଲେ । ଜିଲ୍ଲା ମହିଳା, ଯୁବ ଓ ଛାତ୍ର ବିଜେଡିର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ରାୟଗଡ଼ାରେ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ମାନେ ଯୋଗଦେଇଥିଲେ । ଜିଲ୍ଲା ମହିଳା, ଯୁବ ଓ ଛାତ୍ର ବିଜେଡିର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ଓ ପୈର ନିର୍ବାଚନ ପାଇଁ ଦଳକୁ କିପରି ଅଧିକ ସୁଦୃଢ଼ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ନୂଆକରି ଜିଲ୍ଲା ଓ ବ୍ଲକ କମିଟି ଗଠନ ଶେଷ ହୋଇଥିବା ବେଳେ ଆଗାମୀ ଦିନରେ ଦାୟିତ୍ୱ ନେଇଥିବା ନେତାମାନେ କିପରି ଗାଁ ଗାଁକୁ ଯାଇ ଜନମତ ଦଳ ସପକ୍ଷରେ ସଂଗ୍ରହ କରିବେ ସେନେଇ ଆଲୋଚନା ହୋଇଥିଲା । ଜିଲ୍ଲାରେ୨୨ଟି ଜିଲ୍ଲା ପରିଷଦ ଆସନ ଥିବା ବେଳେ ଦୁଇଟି ମୁନିସିପାଲିଟି ଓ ଦୁଇଟି ଏନ୍ଏସି ରହିଛି । ତେବେ ଉକ୍ତ ସ୍ଥାନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ଆଲୋଚନା ହୋଇଥିଲା । ତେବେ ଦଳ ଏବେ ମଜବୁତ୍ ରହିଥିବା ବେଳେ ଆଗକୁ ମଧ୍ୟ ଅଧିକ ଶକ୍ତିଶାଳୀ ହେବ ବୋଲି ଜିଲ୍ଲା ସଭାପତି ଜଗନ୍ନାଥ ସାରକା କହିଛନ୍ତି ।






