AK ଆତଙ୍କୀ ଲିଙ୍କ୍ରେ ଭୁବନେଶ୍ୱରରୁ ଉଠାଇ ନେଇଥିବା ଓଡ଼ିଆ ଯୁବକ ଶେଖ୍ ଇମ୍ରାନଙ୍କୁ ଗିରଫ କରାଯାଇଥିବା ନେଇ ଶନିବାର ଦର୍ଶାଇଛି ଦିଲ୍ଲୀ ପୁଲିସ। ଶେଖ୍ ଇମ୍ରାନ ସମେତ ୪ ଜଣଙ୍କୁ ଗିରଫ ଦର୍ଶାଇଛି ଦିଲ୍ଲୀ ପୁଲିସ । ଆତଙ୍କୀ ଲିଙ୍କ୍ରେ ଭୁବନେଶ୍ୱରରୁ ଉଠାଇ ନେଇଥିବା ଓଡ଼ିଆ ଯୁବକ ଶେଖ୍ ଇମ୍ରାନଙ୍କୁ ଗିରଫ କରାଯାଇଥିବା ନେଇ ଶନିବାର ଦର୍ଶାଇଛି ଦିଲ୍ଲୀ ପୁଲିସ। ଶେଖ୍ ଇମ୍ରାନ ସମେତ ୪ ଜଣଙ୍କୁ ଗିରଫ ଦର୍ଶାଇଛି ଦିଲ୍ଲୀ ପୁଲିସ। ଅନ୍ୟ ତିନି ଜଣଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଜଣେ ବିହାରର।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସୋଶାଲ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକଙ୍କୁ ସକ୍ରିୟ କରାଉଥିଲେ। ଆତଙ୍କୀ ଆକ୍ରମଣ ପାଇଁ IED ପ୍ରସ୍ତୁତ କରୁଥିଲେ। ଜିହାଦୀ କାର୍ଯ୍ୟ ପାଇଁ QR କୋଡ୍/ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ କରୁଥିଲେ। ଏମିତିକି ଜିହାଦୀ କାର୍ଯ୍ୟ ପାଇଁ ଯୁବକମାନଙ୍କୁ ତାଲିମ୍ ଦେବାକୁ ପ୍ରତିଶ୍ରୁତି ଦେଉଥିଲେ।
ଶେଖ ଇମ୍ରାନ ଓରଫ ଏସ୍.କେ ଇମ୍ରାନଙ୍କୁ ୨୨ ବର୍ଷ ହୋଇଛି। ତାଙ୍କ ଘର ଭୁବନେଶ୍ୱରର ଗଙ୍ଗନଗର ଅଞ୍ଚଳରେ।
ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ବିହାରର କଟିହାରର ମହମ୍ମଦ ସୋହେଲ, ମହାରାଷ୍ଟ୍ରର ଥାଣେର ମୁଜୀବ ଅହମଦ ଓରଫ ସୋନୁ ଓରଫ କଲାମ ଓ ମୁମ୍ବାଇର ମହମ୍ମଦ ହମ୍ମାଦ।
କମିଶନରେଟ୍ ପୁଲିସ୍ ସହାୟତାରେ ଏପ୍ରିଲ ୧୦ ତାରିଖରେ ଦିଲ୍ଲୀ ପୁଲିସ୍ ଶେଖ ଇମ୍ରାନଙ୍କୁ ଧରିଥିଲା । କମିଶନରେଟ୍ ପୁଲିସ୍ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ କୁହାଯାଇଥିଲା ଯେ ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ ଶେଖ ଇମ୍ରାନ ଏକ ମୌଳବାଦୀ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ହ୍ୱାଟ୍ସ ଆପ୍ ଓ ସିଗ୍ନାଲ୍ ଆପ୍ଲିକେସନ୍ସ ମାଧ୍ୟମରେ ସେ ଏହି ଗୋଷ୍ଠୀର ସଂପର୍କରେ ଆସିଥିଲେ ଯାହା ଧର୍ମ ଆଧାରରେ ଯେଉଁ ସବୁ କଥା ପ୍ରଚାର କରୁଛି, ତାହା ଜାତୀୟ ନିରାପତ୍ତା ପାଇଁ କ୍ଷତିକାରକ । ଏହି ପ୍ରେସ୍ ରିଲିଜ୍ରେ କମିଶନରେଟ୍ ପୁଲିସ ଆହୁରି ଲେଖିଥିଲା ଯେ ଇନଷ୍ଟାଗ୍ରାମ, ଫେସବୁକ, ହ୍ୱାଟ୍ସ ଆପ ଓ ସିଗ୍ନାଲ ଆପ୍ଲିକେସନ୍ସରେ କରାଯାଇଥିବା ବିଭିନ୍ନ ପ୍ରକାର ମୌଳବାଦୀ ଚିନ୍ତାଧାରାର ପୋଷ୍ଟ ଆଧାରରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ସପ୍ତାହେ ତଳେ କିଛି ଯୁବକଙ୍କୁ ଉଠାଇ ନେଇଥିଲା। ସମସ୍ତ ଯୁବକଙ୍କୁ ଦିଲ୍ଲୀରୁ ଉଠାଯାଇଥିଲା । ସେମାନଙ୍କୁ ଜେରା କରିବା ପରେ ଓ ସେମାନଙ୍କ ସୋଶାଲ ମିଡିଆ ପୋଷ୍ଟଗୁଡ଼ିକୁ ସମୀକ୍ଷା କରିବା ପରେ ଓଡ଼ିଶା ସହିତ ଏହାର ଲିଙ୍କ୍ ଥିବା ଜାଣିବାକୁ ପାଇଥିଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ । ଅନ୍ୟପକ୍ଷରେ ଏହି ମାମଲାରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ଇମ୍ରାନଙ୍କ ବାପା। ସେ କହିଥିଲେ ଯେ ତାଙ୍କ ପୁଅ ନିର୍ଦ୍ଦୋଷ। ସେ କିଛି ଜାଣିନାହାନ୍ତି । ୮/୧୦ ଦିନ ତଳେ ଦିଲ୍ଲୀ ପୁଲିସ ତାଙ୍କ ସହ ଆଲୋଚନା କରିଥିଲା। ପୁଅକୁ ନେଇକି ଯିବେ ବୋଲି କହିଥିଲେ। ତଦନ୍ତ ପରେ ଛାଡ଼ିଦେବେ ବୋଲି କହିଥିଲେ ।






