AK ଏଣିକି ଆପାର୍ଟମେଣ୍ଟ କିଣିଲେ ପକେଟ୍କୁ ବାଧିବ । ଷ୍ଟାମ୍ପ ଦେୟ ଆଉ ୨ ପ୍ରତିଶତ ବଢ଼ିଛି । ରାଜ୍ୟରେ ଆପାର୍ଟମେଣ୍ଟ କିଣିବାବେଳେ ପୂର୍ବରୁ ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍ ଯଥା ୩%, ୪%, ୫% ଷ୍ଟାମ୍ପ ଦେୟ ଆଦାୟ ହେଉଥିଲା । ଏଣିକି ସମସ୍ତଙ୍କ ଠାରୁ ୫% ଷ୍ଟାମ୍ପ ଦେୟ ଆଦାୟ ହେବ। ଏହାବାଦ୍ ରେଜିଷ୍ଟ୍ରେସନ୍ ଫି’ ବାବଦକୁ ଯେପରି ଯେଉଁ ବର୍ଗ ଠାରୁ ୧% ବା ୨% ଆଦାୟ ହେଉଥିଲା ଏବେ ସେମିତି ହେବ ।

ଏଣିକି ଆପାର୍ଟମେଣ୍ଟ କିଣିଲେ ପକେଟ୍କୁ ବାଧିବ । ଷ୍ଟାମ୍ପ ଦେୟ ଆଉ ୨ ପ୍ରତିଶତ ବଢ଼ିଛି । ରାଜ୍ୟରେ ଆପାର୍ଟମେଣ୍ଟ କିଣିବାବେଳେ ପୂର୍ବରୁ ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍ ଯଥା ୩%, ୪%, ୫% ଷ୍ଟାମ୍ପ ଦେୟ ଆଦାୟ ହେଉଥିଲା । ଏଣିକି ସମସ୍ତଙ୍କ ଠାରୁ ୫% ଷ୍ଟାମ୍ପ ଦେୟ ଆଦାୟ ହେବ। ଏହାବାଦ୍ ରେଜିଷ୍ଟ୍ରେସନ୍ ଫି’ ବାବଦକୁ ଯେପରି ଯେଉଁ ବର୍ଗ ଠାରୁ ୧% ବା ୨% ଆଦାୟ ହେଉଥିଲା ଏବେ ସେମିତି ହେବ । ବୁଧବାର ରାଜ୍ୟ କ୍ୟାବିନେଟ୍ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବ ଉପରେ ମୋହର ମାରିଛି । ଏହି ନିଷ୍ପତ୍ତି ଦ୍ବାରା ଏବେ ଗରିବଙ୍କ ଆପାର୍ଟମେଣ୍ଟ କିଣା ମହଙ୍ଗା ହୋଇଯିବ । ପୂର୍ବରୁ ରାଜ୍ୟରେ ୫ଲକ୍ଷ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ କିଣିଲେ ଷ୍ଟାମ୍ପ ଦେୟ ବାବଦକୁ ୩% ଦେବାକୁ ପଡ଼ୁଥିଲା । ୫ରୁ ୧୫ଲକ୍ଷ ଭିତରେ ଆପାର୍ଟମେଣ୍ଟ ମୂଲ୍ୟ ଥିଲେ ଷ୍ଟାମ୍ପ ଦେୟ ୪% ଥିଲା ଏବଂ ୧୫ଲକ୍ଷରୁ ଅଧିକ ଥିଲେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡ଼ୁଥିଲା । ଏବେ ଯେତେ ମୂଲ୍ୟର ଆପାର୍ଟମେଣ୍ଟ କିଣିଲେ ବି ୫% ଷ୍ଟାମ୍ପ ଦେୟ ଏବଂ ଏହାବାଦ୍ ରେଜିଷ୍ଟ୍ରେସନ୍ ଫି’ ଦେବାକୁ ପଡ଼ିବ । ଏହାଦ୍ବାରା ପିଏମ୍- ଆବାସ ଓ ଅନ୍ୟ ହିତାଧିକାରୀ ପ୍ରଭାବିତ ହେବେ ।






