ଏ.କେ ବ୍ୟୁରୋ : ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ପାକିସ୍ତାନର ଦୋମୁହାଁ ନୀତି ପଦାରେ ପଡ଼ିଛି। ପାକିସ୍ତାନ ନିଜ ମାଟିରେ ଇରାନୀ ସାମରିକ ବିମାନ ଥିବା କଥାକୁ ବାରମ୍ବାର ଅସ୍ୱୀକାର କରୁଥିବା ବେଳେ ଏବେ ସାଟେଲାଇଟ୍ ଫଟୋ ସତ ପ୍ରକାଶ କରିଛି। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପାକିସ୍ତାନର ଦୋମୁହାଁ ନୀତି ପଦାରେ ପଡ଼ିଛି। ପାକିସ୍ତାନ ନିଜ ମାଟିରେ ଇରାନୀ ସାମରିକ ବିମାନ ଥିବା କଥାକୁ ବାରମ୍ବାର ଅସ୍ୱୀକାର କରୁଥିବା ବେଳେ ଏବେ ସାଟେଲାଇଟ୍ ଫଟୋ ସତ ପ୍ରକାଶ କରିଛି। ୨୦୨୬ ଏପ୍ରିଲ ୨୫ର ଏକ ସାଟେଲାଇଟ୍ ଚିତ୍ର ଅନୁଯାୟୀ, ରାୱଲପିଣ୍ଡିର ନୁରଖାନ ବାୟୁସେନା ଘାଟିରେ ଇରାନୀ ବାୟୁସେନାର ଏକ ”ସି-୧୩୦” ସାମରିକ ବିମାନ ଠିଆ ହୋଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି।
ରିପୋର୍ଟ ଅନୁଯାୟୀ, ଇରାନ ନିଜର ସାମରିକ ସମ୍ପତ୍ତିକୁ ଆମେରିକୀୟ ଆକ୍ରମଣରୁ ଇରାନର ଏହି ବିମାନଗୁଡ଼ିକର ରଙ୍ଗ ହଳଦିଆ ହୋଇଥିବା ବେଳେ ପାକିସ୍ତାନୀ ବିମାନଗୁଡ଼ିକ ଧୂସର ରଙ୍ଗର, ଯାହାଫଳରେ ସାଟେଲାଇଟରେ ଏହା ସହଜରେ ଚିହ୍ନଟ ହୋଇଛି। ଏହି ଘଟଣା ପରେ ଆମେରିକୀୟ ସେନେଟର ଲିଣ୍ଡସେ ଗ୍ରାହାମ ପାକିସ୍ତାନ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେପ୍ଟେମ୍ବର ୨୦୨୫ରେ ମଧ୍ୟ କରାଚୀରେ ଇରାନୀ ବୋଇଂ ବିମାନ ଦେଖାଯାଇଥିଲା। ପାକିସ୍ତାନ ପକ୍ଷରୁ ଏହି ରିପୋର୍ଟକୁ ମିଥ୍ୟା ଓ ଭ୍ରାମକ କୁହାଯାଉଥିଲେ ହେଁ, ପ୍ରମାଣ ସବୁ ପାକିସ୍ତାନ ବିରୋଧରେ ଯାଉଛି। ଆମେରିକା ମତରେ, ପାକିସ୍ତାନ ଇରାନକୁ ଏଭଳି ସାମରିକ ସୁରକ୍ଷା ଯୋଗାଉଥିବାରୁ ହିଁ ଶାନ୍ତି ଆଲୋଚନାରେ ବାଧା ସୃଷ୍ଟି ହେଉଛି।






