AK ୱାର ପାୱାର୍ସ ଆକ୍ଟ ଅନୁଯାୟୀ ୬୦ ଦିନର ସୀମା ଶେଷ ହେଉଥିବା ବେଳେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରବର୍ତ୍ତୀ ସାମରିକ ଆକ୍ରମଣ ପାଇଁ ଏକ ଗୁପ୍ତ ବ୍ଲୁ-ପ୍ରିଣ୍ଟ ପ୍ରଦାନ କରାଯାଇଛି । ୱାର ପାୱାର୍ସ ଆକ୍ଟ ଅନୁଯାୟୀ ୬୦ ଦିନର ସୀମା ଶେଷ ହେଉଥିବା ବେଳେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରବର୍ତ୍ତୀ ସାମରିକ ଆକ୍ରମଣ ପାଇଁ ଏକ ଗୁପ୍ତ ବ୍ଲୁ-ପ୍ରିଣ୍ଟ ପ୍ରଦାନ କରାଯାଇଛି। ପ୍ରାୟ ୪୫ ମିନିଟର ଏହି ବ୍ରିଫିଂରେ ଇରାନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଶକ୍ତିଶାଳୀ ବୋମାମାଡ଼ କରିବାଠାରୁ ଆରମ୍ଭ କରି ହର୍ମୁଜ ପ୍ରଣାଳୀକୁ ନିଜ ଦଖଲକୁ ନେବା ଓ ପରମାଣୁ କେନ୍ଦ୍ରଗୁଡ଼ିକରେ ସ୍ପେଶାଲ ଅପରେସନ କରିବା ଭଳି ବିସ୍ଫୋରକ ରଣନୀତି ଉପରେ ଚର୍ଚ୍ଚା ହୋଇଛି ।

ଟ୍ରମ୍ପ ପ୍ରଶାସନ ବିଶ୍ୱାସ କରୁଛି ଯେ ଇରାନ ଉପରେ ଆକାଶରୁ ବୋମା ବର୍ଷା କଲେ ହିଁ ତେହେରାନ ଆଲୋଚନା ଟେବୁଲକୁ ଆସିବା ସହ ନିଜର ପରମାଣୁ ଜିଦରୁ ଓହରିବ । ଏହି ସାମରିକ ପ୍ରସ୍ତୁତି ମଧ୍ୟରେ ଇସ୍ରାଏଲକୁ ଆମେରିକା ପକ୍ଷରୁ ମିଳୁଥିବା ସହାୟତା ମଧ୍ୟ ଯୁଦ୍ଧ ଆଶଙ୍କାକୁ ଦ୍ୱିଗୁଣିତ କରିଛି । ଗତ ସପ୍ତାହରେ ଆମେରିକା ପକ୍ଷରୁ ଦୁଇଟି ମାଲବାହୀ ଜାହାଜ ଓ ବିମାନ ଯୋଗେ ପ୍ରାୟ ୬,୫୦୦ ଟନ୍ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ସାମରିକ ଯାନ ଇସ୍ରାଏଲରେ ପହଞ୍ଚିଛି। ଅପରେସନ୍ ରୋରିଂ ଲାୟନ” ଆରମ୍ଭ ହେବା ପରଠାରୁ ଆମେରିକା ମୋଟ ୧,୧୫,୬୦୦ ଟନରୁ ଅଧିକ ସାମରିକ ସରଞ୍ଜାମ ଇସ୍ରାଏଲକୁ ପଠାଇସାରିଲାଣି। ଏହି ବିପୁଳ ଯୁଦ୍ଧାସ୍ତ୍ର ପଠାଯିବା ଏବଂ ସେନା ମୁଖ୍ୟଙ୍କ ସହ ଟ୍ରମ୍ପଙ୍କ ବୈଠକ ସ୍ପଷ୍ଟ ସଙ୍କେତ ଦେଉଛି ଯେ ଆମେରିକା କଂଗ୍ରେସର ଅନୁମତିକୁ ଅପେକ୍ଷା ନକରି ପୁଣିଥରେ ଇରାନ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଅନ୍ୟପକ୍ଷରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ଏହି ପରିସ୍ଥିତିରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଲୋଚନା ଚାଲିଥିବା ବେଳେ ଆମେରିକା ଓ ଇସ୍ରାଏଲ ପୂର୍ବରୁ ଦୁଇଥର ଇରାନ ଉପରେ ଆକ୍ରମଣ କରିସାରିଛନ୍ତି, ଯାହାଦ୍ୱାରା ୱାଶିଂଟନ ପ୍ରତି ତାଙ୍କର ବିଶ୍ୱାସ ସମ୍ପୂର୍ଣ୍ଣ ରୂପେ ତୁଟିଯାଇଛି । ଇରାନ ସରକାର ଅଭିଯୋଗ କରିଛନ୍ତି ଯେ ଯୁଦ୍ଧବିରତି ନାଁରେ ଆମେରିକା କେବଳ ସମୟ ଗଡ଼ାଉଛି ଏବଂ ପଛରେ ଏକ ବଡ଼ ଧରଣର ବିଶ୍ୱାସଘାତକତା ପାଇଁ ଯୋଜନା କରୁଛି । ଟ୍ରମ୍ପଙ୍କ ଏହି ସାମରିକ ରଣନୀତି କେବଳ ମଧ୍ୟ ପ୍ରାଚ୍ୟ ନୁହେଁ, ବରଂ ସାରା ବିଶ୍ୱର ଅର୍ଥନୀତି ଓ ଶାନ୍ତି ପାଇଁ ଏବେ ଏକ ବଡ଼ ବିପଦ ସୃଷ୍ଟି କରିଛି ।






