AK ଆସନ୍ତା କ୍ୟାବିନେଟରେ ଆସିବ ପେସା ଆଇନ ପ୍ରସ୍ତାବ । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୪୧ଟି ବିଭାଗ ସହ ବିଚାର ବିମର୍ଷ କରାଯାଇଛି । ଆଜି ପେସା ଆଇନ ନିମନ୍ତେ ଶେଷ ବୈଠକ ଅନୁଷ୍ଠିତ ହେଉଛି । ୧୯୯୬ରୁ କେନ୍ଦ୍ରୀୟ ପେସା ଆଇନ ଆସିଥିଲେ ବି ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏହାକୁ ଲାଗୁ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୪୧ଟି ବିଭାଗ ସହ ବିଚାର ବିମର୍ଷ କରାଯାଇଛି । ଆଜି ପେସା ଆଇନ ନିମନ୍ତେ ଶେଷ ବୈଠକ ଅନୁଷ୍ଠିତ ହେଉଛି ।

୧୯୯୬ରୁ କେନ୍ଦ୍ରୀୟ ପେସା ଆଇନ ଆସିଥିଲେ ବି ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏହାକୁ ଲାଗୁ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ବିଭିନ୍ନ ସମୟରେ ଏହି ଆଇନ ଲାଗୁ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ପେସା ଆଇନ ଅନୁସୂଚିତ ଅଂଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟକୁ ସ୍ବୟଂ ଶାସନର ଅଧିକାର ଦେଇଥାଏ । ଆଦିବାସୀଙ୍କୁ ଶକ୍ତିଶାଳୀ କରିବା ଏହି ଆଇନର ମୂଳ ଉଦ୍ଦେଶ୍ୟ । ଜଳ, ଜଂଗଲ ଏବଂ ଜମି ଉପରେ ଆଦିବାସୀଙ୍କ ପାରମ୍ପରିକ ଅଧିକାରକୁ ସୁରକ୍ଷା ଦେବା ଏହି ଆଇନର ମୁଖ୍ୟ ଲକ୍ଷ୍ୟ। ପ୍ରତ୍ୟକ ଗ୍ରାମରେ ଏକ ସ୍ବତନ୍ତ୍ର ଗ୍ରାମସଭା ରହିବ । ଯାହା ସେମାନଙ୍କର ପରମ୍ପରା, ସଂସ୍କୃତି ଏବଂ ସାମୁଦାୟିକ ସମ୍ପତ୍ତିକୁ ସୁରକ୍ଷିତ ରଖିବ । କୌଣସି ଜମି ଅଧିଗ୍ରହଣ ବା ବିସ୍ଥାପନ ପୂର୍ବରୁ ଗ୍ରାମ ସଭାର ଅନୁମତି ନେବା ବାଧ୍ୟତାମୂଳକ । ଏହା ଲାଗୁ ହେଲେ ୧୦ଟି ଜିଲ୍ଳାର ଅନୁସୂଚିତ ଅଂଚଳର ଆଦିବାସୀ ଉପକୃତ ହେବେ ।






