AK ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି ଯେ ଇଭିଏମ୍ ବଟନ୍ରେ ଅତର, ଅଠା କିମ୍ବା କାଳି ଲଗାଇବା ଏକ ଟାମ୍ପରିଂ ଏବଂ ଏକ ନିର୍ବାଚନୀ ଅପରାଧ । ସମ୍ପ୍ରତି, ଏହା ସାମ୍ନାକୁ ଆସିଛି ଯେ କିଛି ରାଜନୈତିକ କର୍ମୀ ଭୋଟ୍ ସେମାନଙ୍କ ସପକ୍ଷରେ ଦିଆଯାଇଛି କି ନାହିଁ ତାହା ଜାଣିବା ପାଇଁ ଏଭଳି କରିଥାନ୍ତି । ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି ଯେ ଇଭିଏମ୍ ବଟନ୍ରେ ଅତର, ଅଠା କିମ୍ବା କାଳି ଲଗାଇବା ଏକ ଟାମ୍ପରିଂ ଏବଂ ଏକ ନିର୍ବାଚନୀ ଅପରାଧ । ସମ୍ପ୍ରତି, ଏହା ସାମ୍ନାକୁ ଆସିଛି ଯେ କିଛି ରାଜନୈତିକ କର୍ମୀ ଭୋଟ୍ ସେମାନଙ୍କ ସପକ୍ଷରେ ଦିଆଯାଇଛି କି ନାହିଁ ତାହା ଜାଣିବା ପାଇଁ ଏଭଳି କରିଥାନ୍ତି ।

ଯଦି କୌଣସି ମତଦାନ କେନ୍ଦ୍ରରେ ଏପରି କାର୍ଯ୍ୟକଳାପ ନଜରକୁ ଆସେ, ତେବେ ସେଠାକାର ପ୍ରିଜାଇଡିଂ ଅଧିକାରୀଙ୍କୁ ତୁରନ୍ତ ସେକ୍ଟର ଅଧିକାରୀ କିମ୍ବା ନିର୍ବାଚନ ଅଧିକାରୀଙ୍କୁ ଏ ବିଷୟରେ ଜଣାଇବାକୁ ପରାମର୍ଶ ଦିଆଯାଇଛି । ୨୩ ଏପ୍ରିଲ ଗୁରୁବାର ଦିନ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ମତଦାନ ପୂର୍ବରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ନିର୍ବାଚନ କମିସନର ଜଣେ ଅଧିକାରୀ କହିଛନ୍ତି ଯେ କମିସନ ଏପରି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଆବଶ୍ୟକ ହେଲେ ପୁନଃନିର୍ବାଚନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ । ସମସ୍ତ ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଧିକାରୀମାନଙ୍କୁ ଇଭିଏମ୍ରେ ଥିବା ସମସ୍ତ ପ୍ରାର୍ଥୀଙ୍କ ବଟନ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବା ଏବଂ ଟେପ୍, ଅଠା କିମ୍ବା ଅନ୍ୟ କୌଣସି ପଦାର୍ଥ ମୁକ୍ତ ହେବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ବାଲଟ୍ ୟୁନିଟର ବଟନ୍ଗୁଡ଼ିକରେ କୌଣସି ରଙ୍ଗ, କାଳି, ଅତର କିମ୍ବା ରାସାୟନିକ ପଦାର୍ଥ ଲଗାଯାଇପାରିବ ନାହିଁ, କାରଣ ଏହା ଭୋଟ୍ର ଗୋପନୀୟତାକୁ ବିପଦରେ ପକାଇପାରେ । ଯଦି ଏପରି କୌଣସି ଅନିୟମିତତା ଦେଖାଯାଏ, ତେବେ ପ୍ରିଜାଇଡିଂ ଅଧିକାରୀ ତୁରନ୍ତ ଉଚ୍ଚ ଅଧିକାରୀମାନଙ୍କୁ ଜଣାଇବେ । ନିର୍ବାଚନ କମିସନଙ୍କ ଅନୁଯାୟୀ, ଏପରି ସମସ୍ତ ମାମଲା ଇଭିଏମ୍ ଟାମ୍ପରିଂ ଭାବେ ବିଚେନା କରାଯିବ ।
ଯାହା ଏକ ଗମ୍ଭୀର ନିର୍ବାଚନୀ ଅପରାଧ। ନିର୍ବାଚନ କମିସନ ମଧ୍ୟ ଏପରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୬ଟି ଜିଲ୍ଲାର ୧୫୨ଟି ଆସନ ପାଇଁ ୨୩ ଏପ୍ରିଲ ଗୁରୁବାର ଦିନ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ ୧,୪୭୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ ଭୋଟରଙ୍କ ସଂଖ୍ୟା ୩୬,୦୭୭,୧୭୧ ରହିଛି । ସେମାନଙ୍କ ମଧ୍ୟରୁ ୧୮,୪୯୯,୪୯୬ ପୁରୁଷ ଭୋଟର, ୧୭,୫୭୭,୨୧୦ ମହିଳା ଭୋଟର ରହିଥିବାବେଳେ ୪୬୫ ଟ୍ରାନ୍ସଜେଣ୍ଡର ଭୋଟର ଅଛନ୍ତି ।






