AK ଏକାଧିକ ଗାଡ଼ିକୁ ଧକ୍କା ଦେବା ପରେ ଶେଷରେ ବସ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ବସ୍ରେ କେରଳର ପେରିନଥାଲମାନ୍ନାର ୧୩ ଜଣ ପର୍ଯ୍ୟଟକ ରହିଥିଲେ। ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ମୃତକ ମଧ୍ୟରେ ଜଣେ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି । ଭୟଙ୍କର ସଡ଼କ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି ରାଜ୍ୟ ପରିବହନ ନିଗମର ଗୋଟିଏ ଯାତ୍ରୀବାହୀ ବସ୍ । ଏଥିରେ ୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ତାମିଲନାଡୁର ସାଲେମ-କୋଏମ୍ବାଟୁର ଜାତୀୟ ରାଜପଥରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଜିଲ୍ଲାପାଳ ଅଫିସରୁ ଜାରି ବିବୃତି ଅନୁସାରେ, ବସ୍ଟି ଲୋକଙ୍କୁ ଧରି କୋଏମ୍ବାଟୁରରୁ ସାଲେମ ଯାଉଥିଲା । କିନ୍ତୁ ହଠାତ ଗାଡ଼ିଟି ରାସ୍ତାରେ ସ୍ଲିପ କରି ଯାଇଥିଲା । ଏଥିଯୋଗୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ବସ୍ଟି ଦ୍ରୁତ ଗତିରେ ପ୍ରଥମେ ଦୁଇଟି ବାଇକ ଓ ପରେ ଗୋଟିଏ ଅଟୋକୁ ଧକ୍କା ଦେଇଥିଲା। ଅଟୋରେ ୧୦ ଜଣ ଲୋକ ରହିଥିଲେ । ତଥାପି ବସ୍ ଧକ୍କାରେ ବାଇକ କିମ୍ବା ଅଟୋରେ ଥିବା ଲୋକଙ୍କର ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ । ଏକାଧିକ ଗାଡ଼ିକୁ ଧକ୍କା ଦେବା ପରେ ଶେଷରେ ବସ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ବସ୍ରେ କେରଳର ପେରିନଥାଲମାନ୍ନାର ୧୩ ଜଣ ପର୍ଯ୍ୟଟକ ରହିଥିଲେ। ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ମୃତକ ମଧ୍ୟରେ ଜଣେ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି । ବସ୍ରେ ଥିବା ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଘଟଣା ସ୍ଥଳରୁ ଉଦ୍ଧାର କରି ପୋଲ୍ଲାଚି ସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର ଅଛନ୍ତି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦୁଇ ଜଣ ବରିଷ୍ଠ ପୁଲିସ୍ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ । ଅଗ୍ନିଶମ ଓ ଉଦ୍ଧାରକରୀ ଦଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ହସ୍ପିଟାଲ ନେଇଥିବା ଜିଲ୍ଲାପାଳ ଅଫିସ ପକ୍ଷରୁ କୁହାଯାଇଛି । ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେମାନେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତହାତମାନେ ମାଲାପୁରମ ସ୍ଥିତ ପାଙ୍ଗ-ପାଲ୍ଲିପାରାମ୍ବା ସରକାରୀ ଲୋୟର ପ୍ରାଇମେରୀ ସ୍କୁଲର। ତେଣୁ ସେଠାରେ ମଧ୍ୟ ଶୋକର ପରିବେଶ ସୃଷ୍ଟି ହୋଇଛି ।






