AK ରାଜ୍ୟର ବିଭିନ୍ନ ଅଞ୍ଚଳରେ ‘ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନ’ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିୟମାବଳୀ-୨୦୨୫ ଅନୁଯାୟୀ, ଗୋ-ଆଡଭେଞ୍ଚର ପୋର୍ଟାଲ ଜରିଆରେ ଆସିଥିବା ନୂତନ ଆବେଦନଗୁଡ଼ିକର କ୍ଷେତ୍ର ପରିଦର୍ଶନ ଓ ବୈଷୟିକ ଯାଞ୍ଚ ପାଇଁ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶାରେ ବ୍ୟାପକ ହେବ ଦୁଃସାହସିକ ପର୍ଯ୍ୟଟନ ୫ ଜିଲ୍ଲାରେ ଜାଗା ଚିହ୍ନଟ କରିବେ ବୈଷୟିକ ଟିମ୍ । ଓଡ଼ିଶାର ଅମୂଲ୍ୟ ପ୍ରାକୃତିକ ସମ୍ପଦ ଓ ଜଳରାଶିକୁ ପର୍ଯ୍ୟଟନର କ୍ଷେତ୍ରରେ ବ୍ୟବହାର ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ‘ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନ’ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିୟମାବଳୀ-୨୦୨୫ ଅନୁଯାୟୀ, ଗୋ-ଆଡଭେଞ୍ଚର ପୋର୍ଟାଲ ଜରିଆରେ ଆସିଥିବା ନୂତନ ଆବେଦନଗୁଡ଼ିକର କ୍ଷେତ୍ର ପରିଦର୍ଶନ ଓ ବୈଷୟିକ ଯାଞ୍ଚ ପାଇଁ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୁରୀ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକୀୟ ସହଯୋଗ କରିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ଗୋଆ ସ୍ଥିତ ଜାତୀୟ ଜଳକ୍ରୀଡ଼ା ପ୍ରତିଷ୍ଠାନ ଏନଆଇଡବ୍ଲ୍ୟୁଏସ’ର ଜଣେ ବୈଷୟିକ ବିଶେଷଜ୍ଞ, ରାଜ୍ୟ ପର୍ଯ୍ୟଟନ ବିଭାଗର ବୈଷୟିକ ପ୍ରକୋଷ୍ଠର ପ୍ରତିନିଧି ଏବଂ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ କମିଟିର ସଦସ୍ୟମାନଙ୍କୁ ନେଇ ଏକ ମିଳିତ ଦଳ ଗଠନ କରାଯାଇଛି । ଏହି ଦଳ ମେ’ ୨୦ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ । ଏଥିରେ ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ବେଳାଭୂମି, ନୂଆନଈ ଏବଂ ପୁରୀ ସମୁଦ୍ରକୂଳ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାର ପିତାମହଲ ଡ୍ୟାମ୍ ଏବଂ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାର ରହିଛି । ସେହିଭଳି ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦ, ତାମ୍ପରା ହ୍ରଦ ଏବଂ ଗୋପାଳପୁର ବେଳାଭୂମିର ବିଭିନ୍ନ ସ୍ଥାନ ସାମିଲ୍ ଅଛି । ଜଗତସିଂହପୁର ଜିଲ୍ଲାର ପାରାଦୀପ ଅଞ୍ଚଳ ମଧ୍ୟ ରହିଛି । କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲା ସ୍ତରୀୟ କମିଟି ନିଜର ରିପୋର୍ଟ ପ୍ରଦାନ କରିବେ, ଯାହାକୁ ଆଧାର କରି ‘ରାଜ୍ୟ ସ୍ତରୀୟ ବୈଷୟିକ କମିଟି’ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।






