AK ମଙ୍ଗଳବାର ସହିଦ ଭବନ ରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ୧୭୮ ତମ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ, ପୂର୍ତ୍ତ ବିଭାଗ ତଥା ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ କହିଛନ୍ତି କଟକ ରେ ଖୁବ୍ ଶୀଘ୍ର ଲୟର ଏକାଡେମୀ ସ୍ଥାପନ କରାଯିବ ।

ଏହାଛଡା ୱେଲଫେଆର ଫଣ୍ଡ ୧୦ କୋଟି ଥିବା ବେଳେ ଏହାକୁ ୧୫ କୋଟି ବୃଦ୍ଧି କରାଯିବ । ଆଇନଜୀବୀ ମାନଙ୍କ ସ୍ୱାସ୍ଥ୍ୟ ବୀମା ଏବଂ ଜୁନିଅର୍ ମାନଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ବାର ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବାର୍ ଆସୋସିଏସନ୍ ର ସମ୍ପାଦକ ଆଇନଜୀବୀ ହୃଦାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଓଡିଶା ହାଇକୋର୍ଟ ର ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ମଧୁ ବାବୁ ଙ୍କ ଆଦର୍ଶ ରେ ଆଇନଜୀବୀ ମାନେ ଅନୁପ୍ରାଣିତ ହୁଅନ୍ତୁ ବୋଲି ନିଜର ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶା ପ୍ରତି ମଧୁବାବୁ ଙ୍କ ଅବଦାନ ଓ ସଂଘର୍ଷ ଯାତ୍ରା ଉପରେ ଆଲୋକପାତ କରିଥିଲେ । ଏହି ଅବସର ରେ ୬ ଜଣ ଆଇନଜୀବୀ ଙ୍କୁ “ମଧୁସୂଦନ ସମ୍ମାନ -୨୦୨୬”ପ୍ରଦାନ କରାଯାଇଥିଲା
ବାର ଆସୋସିଏସନ୍ ର ଉପ ସଭାପତି ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






